ଭିଜିଲାନ୍ସ ପଞ୍ଝାରେ ଜିଆର୍‌ଏସ୍‌

ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌ । କୋରାପୁଟ ଜିଲ୍ଲା ଚମ୍ପିଆର୍‌ ଗ୍ରାମ ରୋଜଗାର ସେବକ ପାର୍ଥ ସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍‌ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚମ୍ପିଆର୍‌ ଜିଆର୍‌ଏସ୍‌ ପାର୍ଥ ସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ଏକାସାଙ୍ଗେ ୭ଟି ସ୍ଥାନରେ ଜୟପୁର ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢାଉ । ଯେଉଁଥିରେ ତାଙ୍କ ବାସଭବନ ଏବଂ ଅଫିସ ଆଦି ସ୍ଥାନ ରହିଛି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ସୂଚନା ମିଳିନାହିଁ । ଭିଜିଲାନ୍ସର ଚଢାଉ ଶେଷ ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।

Post Views1 Total Count

Apply Now


This will close in 0 seconds

error: Content is protected !!