ନବୀନଙ୍କ ଉପରେ ବର୍ଷିଲେ ମୋହନ

ମୋହନ ମାଝୀ କହିଛନ୍ତି, ନବୀନଙ୍କ ୨୪ ବର୍ଷର ଶାସନ ରାଜ୍ୟକୁ ବିକାଶ ବଦଳରେ ଧ୍ବଂସ କରିଦେଲା । ସଭା ମଞ୍ଚରେ ସିଏମଓ ଅଧିକାରୀ ନେତୃତ୍ବ ନେଇ ଭାଷଣ ଦେଲେ । ମନ୍ତ୍ରୀ, ବିଧାୟକ ମଞ୍ଚ ତଳେ ଛିଡ଼ା ହେଲେ । ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ । ଓଡ଼ିଆ ଯଦି କଷ୍ଟ ପାଇବ, ସରକାର ନିଶ୍ଚିତ ପରିବର୍ତ୍ତନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ପୂର୍ବ ସରକାର ମିଶନ ଶକ୍ତି ଋଣର ସୁଧ ଦେଉଥିଲେ କହୁଥିଲେ । କିନ୍ତୁ ଏହାର ୭ ପ୍ରତିଶତ କେନ୍ଦ୍ର ଓ ରାଜ୍ୟ ୪ ପ୍ରତିଶତ ସୁଧ ଦେଉଥିଲା । ନବୀନ ବାବୁ ପର ଛୁଆକୁ ମୋ ଛୁଆ କହିବା କଥା ଲୋକ ଜାଣି ପାରିଲେ । ଭୋଟ ପାଇଁ ହୀନ ଚକ୍ରାନ୍ତରେ ନିଜେ ଫସିଲେ ଓ ଲୋକ ଜବାବ ଦେଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଏହା ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!