ଥାନା ସାମ୍ନା ପୋଖରୀ ରୁ ମିଳିଲା କନେଷ୍ଟବଳ ଙ୍କ ମୃତଦେହ

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ର ଜଣେ କନେଷ୍ଟବଳ ଙ୍କ ମୃତଦେହେ ଥାନା ସାମ୍ନାରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି | ମୃତ କନେଷ୍ଟବଳଙ୍କ ଘର ହରିଚନ୍ଦନପୁର ହୋଇଥିବା ବେଳେ ସେ କେନ୍ଦ୍ରାପଡା ରେ ସପରିବାର ରହୁଥିଲେ |

କନେଷ୍ଟବଳ ପ୍ରଦିପ ନାୟକ ଥାନା ବ୍ଯାରାକ୍ ରେ ରହୁଥିବାବେଳେ ଗତକାଲି ସଂନ୍ଧ୍ଯା ରେ କେଉଁଆଡେ ଯାଇ ଆଉ ଫେରିନଥିଲେ | ସାଥି ମାନେ ତାଙ୍କୁ ଖୋଜା ଖୋଜି କରିଥିଲେ ବି ତାଙ୍କ ସନ୍ଧାନ ପାଇ ନଥିଲେ। ଆଜି ସକାଳୁ ସ୍ଥାନିୟ ଲୋକେ ପୋଖରୀ ରେ ଏକ ମୃତ ଦେହ ଭସୁଥିବା ଦେଖି ପୋଲିସ୍ କୁ ଖବର ଦେଇଥିଲେ |

ଅଗ୍ନିଶମ ବିଭାଗର କର୍ମଚାରୀ ଙ୍କ ସହାୟତାରେ ରେ ମୃତଦେହେ ଉଦ୍ଧାର ହେବାପରେ ମୃତ ବ୍ଯକ୍ତି ଜଣକ କନେଷ୍ଟବଳ ପ୍ରଦିପ ନାୟକ ବୋଲି ଜଣା ପଡିଥିଲା | ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲ କୁ ପଠାଯାଇଛି | ପ୍ରଦିପ ୫ଦିନ ହେବେ ଛୁଟିରେ ଘରକୁ ଯାଇଥିଲେ |

ଛୁଟି ସରିବାପରେ ଗତକାଲି ସେ ଥାନାକୁ ଆସିଥିଲେ। | ତେବେ କେଉଁ ପରିସ୍ଥିତିରେ ରେ ସେ ପୋଖରୀ କୁ ଯାଇଥିଲେ ଓ କିପରି ପୋଖରୀରେ ବୁଡିଗଲେ ତାକୁନେଇ ଏବେ ତଦନ୍ତ ଆରମ୍ଭ କରିଛି ନନ୍ଦିପଦା ପୋଲିସ୍ ।

Post Views74 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!