ନବୀନ ସରକାରକୁ ଆସିଲେ ପ୍ରଥମେ କରିବେ ୩ଟି ଦସ୍ତଖତ

ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ମାରାଥନ ପ୍ରଚାର ଜାରି ରଖିଛନ୍ତି । ରାଉରକେଲା ପରେ ଏବେ ଦେବଗଡରେ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧନ କରିଛନ୍ତି । ତେବେ ଏହି ଭିକେ ପାଣ୍ଡିଆନ ବି ଜନତାଙ୍କୁ ସମ୍ବୋଧନ କରିଥିଲେ । ଆଉ ନବୀନ ସରକାରକୁ ଆସିଲେ ୩ଟି କାମ ଉପରେ ପ୍ରଥମ ଦସ୍ତଖତ କରିବେ ବୋଲି କହିଥିଲେ ।

ଆଉ ବିରୋଧୀ କେମିତି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ପାଣ୍ଡିଆନ୍ କହିଛନ୍ତି, ଆପଣମାନେ ଆଶୀର୍ବାଦ କରନ୍ତୁ ଆମ ମୁଖ୍ୟମନ୍ତ୍ରୀ ମା ସମଲେଇଙ୍କ ଆଶୀର୍ବାଦରୁ ଜୁନ ୯ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ । ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଆଉ ଦାୟିତ୍ୱ ନେବାର ପ୍ରଥମ ଦିନରେ ୩ଟି ଦସ୍ତଖତ କରିବେ । ପ୍ରଥମ ଦସ୍ତଖତ କରିବେ ବିଜୁଳି ବିଲ୍ ଛାଡ କରିବେ ।

ଓଡିଶାର ୯୦ ପ୍ରତିଶତ ପରିବାର ବିଜୁଳି ବିଲରୁ ମୁକ୍ତ ହେବେ । ଦ୍ୱିତୀୟ ଦସ୍ତଖତ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁମାନେ ସାମିଲ ହୋଇନାହାନ୍ତି ସେମାନଙ୍କୁ ସାମିଲ କରାଯିବ । ସେମାନେ ସରକାରୀ ଚାକିରିଆ ହୁଅନ୍ତୁ କି ଅଙ୍ଗନୱାଡି କର୍ମୀ ସମସ୍ତେ ବିଏସକେୱାଇକାର୍ଡର ସୁବିଧା ପାଇବେ । ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି ମହିଳାଙ୍କୁ ଯେଉଁମାନଙ୍କୁ ୬୦ ବର୍ଷରୁ ଅଧିକ ହୋଇଥିବ ସେମାନଙ୍କ ପାଇଁ ପେନସନ ବ୍ୟବସ୍ଥା ହେବ ।
ପାଣ୍ଡିଆନ୍ ଆହୁରି କହିଛନ୍ତି, ବିଜେପି ୨୦୧୪ରେ କହିଲା ସରକାରକୁ ଆସିଲେ ଦରଦାମ କମ କରିଦେବୁ, ତେଲ ଦର କମ କରିଦେବୁ, ଏଲପିଜି ସିଲିଣ୍ଡର ଦାମ କମ କରିଦେବୁ, ପୁଣି କହିଲେ ଧାନ କିଣା ଦାମକୁ ଦୁଇଗୁଣା କରିବୁ । ହେଲେ କିଛି ହେଲାନି । ଯାହାବି ପ୍ରତିଶୃତି ଦେଇଛି ବିଜେପି କିଛି ବି ପୂରଣ କରିନି । ଏଠାରେ ଯିଏ ବିଜେପିର ଏମପି ପ୍ରାର୍ଥୀ ହୋଇଛନ୍ତି । ତାଙ୍କର ଗୋଟେ ଗୋଟେ ଦସ୍ତଖତରେ ସିଲିଣ୍ଡରର ଦାମ ବଢାଇ ଚାଲିଲେ । କେବଳ ବଡ ବଡ କମ୍ପାନୀଙ୍କୁ ଲାଭ ଦେବା ପାଇଁ । ଆଉ ଏବେ ଆସିକି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!