ସନାତନ ମହାକୁଡ଼ଙ୍କୁ ଜୋତା ମାଳ ପିନ୍ଧାଇଲେ ଲୋକେ

କେନ୍ଦୁଝରର ହେଭି ୱେଟ୍ ନେତାଙ୍କୁ ଅସମ୍ମାନ । ପ୍ରଚାରବେଳେ ହଟହଟା ହେଲେ ସନାତନ ମହାକୁଡ । ସନାତନଙ୍କୁ ଜୋତାମାଳ ପିନ୍ଧାଇଲେ ଗ୍ରାମବାସୀ । ଚମ୍ପୁଆ ନିର୍ବାଚନ ମଣ୍ଡଳୀର ମିରିଗିସିଂଘା ଗାଁ ଲୋକେ ସନା ମାହାକୁଡଙ୍କୁ ଜୋତାମାଳ ପିନ୍ଧାଇବାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ଗ୍ରାମବାସୀ ତାଙ୍କୁ ଖରାପ ବ୍ୟବହାର କରିବା ସହ ଗାଁକୁ ଆସିବାକୁ ବାରଣ କରିଛନ୍ତି । ୨୦୨୪ ବିଧାନସଭା ନିର୍ବାଚନ ପାଇଁ ସନାତନ ମହାକୁଡଙ୍କୁ ଚମ୍ପୁଆରୁ ବିଧାୟକ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ ।

ଏହାକୁ ନେଇ ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି ଏହି ବରିଷ୍ଠ ନେତା । ହେଲେ ଗତକାଲି ରାତିରେ ପ୍ରଚାରବେଳେ ଏଭଳି ହଟାହଟା ହେବାକୁ ପଡିଛି ତାଙ୍କୁ ।

Post Views38 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!