ବ୍ରହ୍ମଗିରିରେ ଏଥର ବିଗ୍ ଫାଇଟ । ରାଜ୍ୟର ପ୍ରସିଦ୍ଧ ଚେହେରା ଏବେ ମଇଦାନରେ ।ବିଜେଡି ବ୍ରହ୍ମଗିରିରରେ ବିଧାୟକ ପ୍ରାର୍ଥୀ ଭାବେ ବର୍ତ୍ତମାନର ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁ ଘୋଷଣା କରିଛି । ସେପଟେ ଏଥର ଉପାସନା ବନାମ ଉମାକାନ୍ତ। ବିଜେଡି ଆଗରୁ ଉମା ସାମନ୍ତରାୟଙ୍କୁ ଟିକେଟ ଦେଇଥିବା ବେଳେ ବିଜେପି ଉପାସନାଙ୍କୁ ଦେଇଛି । ଦୁଇ ଜଣଙ୍କ ଭିତରେ ଏବେ କଡା ଟକ୍କର ଦେଖିବାକୁ ମିଳିବ ।
ଉମାକାନ୍ତ ସାମନ୍ତରାୟ ଜଣେ ଓଡିଆ ରାଜନୀତିଜ୍ଞ । ସେ ଓଡିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି । ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡିଶା ବିଧାନସଭାକୁ ନର୍ବାଚିଚ ହୋଇଥିଲେ ।
ଉମାକାନ୍ତ ବି ବେଶ ଟାଣୁଆ ନେତା। ବିଜେଡି ଟିକେଟରୁ ସେ ଦୁଇ ଥର ଜିତିଥିଲେ। ୨୦୧୪ରେ ସ୍ଵାଧୀନ ପ୍ରାର୍ଥୀ ଭାବେ ମଧ୍ୟ ଜିତିଥିଲେ। ୨୦୧୯ରେ ତାଙ୍କୁ ବିଜେଡି ଟିକଟ ଦେଇଥିଲା ଓ ସେ ସତ୍ୟବାଦୀରୁ ଜିତିଥିଲେ। ଏବେ ବ୍ରହ୍ମଗିରିରେ ପରୀକ୍ଷା ଦେଉଛନ୍ତି।ବ୍ରହ୍ମଗିରିର ବହୁ ପଞ୍ଚାୟତରେ ମଧ୍ୟ ତାଙ୍କର ବେଶ ଭଲ ପ୍ରଭାବ ରହିଛି। ବିଜେଡିର ଟାଣୁଆ ସଂଗଠନ ବି ଏଠାରେ ରହିଛି। ଦଳୀୟ କନ୍ଦଳର ସମ୍ଭାବନା କମ୍ ଥିବାରୁ ତାଙ୍କ ପାଇଁ ଲଢ଼େଇରେ ବେଶୀ ଅଡୁଆ ହେବ ନାହିଁ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି। ଏଠାରେ ତାଙ୍କ ପାଇଁ ଗୋଟିଏ ସମସ୍ୟା ହୋଇପାରେ, ସଞ୍ଜୟଙ୍କ ସଂଗଠନ ତାଙ୍କ ପାଇଁ କେତେ କାମ କରିବ।

ଗାଁ ଗାଁରେ ଜମୁଛି ପ୍ରଚାର। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ଜୋରଦାର ପ୍ରଚାର। ଉମା ପୁରୀ ସଦର ବ୍ଲକରେ କ୍ୟାମ୍ପେନ ଆରମ୍ଭ କରିଦେଲେଣି । ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଲୋକଙ୍କୁ ପ୍ରଭାବିତ କରିଛି। ତେଣୁ ଲୋକଙ୍କ ଆଶୀର୍ବାଦ ନବୀନ ପଟ୍ଟନାୟକଙ୍କ ଉପରେ ରହିବ। ବ୍ରହ୍ମଗିରିରେ ବିପୁଳ ଜନ ସମର୍ଥନ ମିଳିବା ନେଇ ଆଶା ପ୍ରକଟ କରିଛନ୍ତି ଉମା।ଏହାସହ ବିଜେଡି ପ୍ରତି ଲୋକଙ୍କ ବହୁ ଆଶା ରହିଛି । ନବୀନଙ୍କ ନେତୃତ୍ୱରେ ଓଡିଶାର ବିକାଶ ଧାରା ଜାରି ରହିବ। ସତ୍ୟବାଦୀକୁ ନମ୍ବର ୱାନ କରିବା ଲାଗି ଚେଷ୍ଟା କରିବି ବୋଲି ଉମାକାନ୍ତ କହିଛନ୍ତି।ବ୍ରହ୍ମଗିରିରେ ଏଥର ଦୁଇ ନୂଆ ମୁହଁ ପ୍ରତିଦ୍ୱନ୍ଦ୍ୱିଙ୍କୁ ଦେଖିବାକୁ ମିଳିବ । ଏହି ମହାଲଢେଇରେ କିଏ ବାଜି ମାରିବ ତାହା ଦେଖିବା ବାକି ରହିଲା ।

