ବିଜେଡିରେ ମିଶିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା

ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଆଜି ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ନିର୍ବାଚନ ଚାଲିଥିବାବେଳେ ଶ୍ରୀମତୀ ପଣ୍ଡା ବିଜେଡିରେ ମିଶ୍ରଣ ଦ୍ୱାରା ଦଳକୁ ଫାଇଦା ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଶ୍ରୀମତୀ ପଣ୍ଡା ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତିଙ୍କ ନିକଟକୁ ପଠାଇ ଦେଇଥିଲେ । ଶ୍ରୀମତୀ ପଣ୍ଡା ବ୍ରଜରାଜନଗରରୁ ଟିକେଟ୍ ଆଶାୟୀ ଥିଲେ । ମାତ୍ର ବିଜେପି ତାଙ୍କ ପରିବର୍ତ୍ତେ ସୁରେଶ ପୂଜାରୀଙ୍କୁ ଟିକେଟ ଦେବାରୁ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ନିର୍ବାଚନୀ କାର୍ଯ୍ୟରେ ସହଯୋଗ କରୁନଥିଲେ ।

ଆଜି ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ଅବଶ୍ୟ ରାଧାରାଣୀ ୨୦୧୯ ନିର୍ବାଚନ ଓ ପରେ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ଲଢ଼ି ପରାଜିତ ହେବା ପରଠୁ ସାଂଗଠନିକ କାର୍ଯ୍ୟରେ ବିଶେଷ ଦୃଶ୍ୟମାନ ହେଉନଥିଲେ ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!