ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ମହାଶିବରାତ୍ରୀରେ ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ। ସମନ୍ଵୟ କମିଟିରେ ଏହି ନିଷ୍ପତ୍ତି ହୋଇଛି। ଗତକାଲି ଆଇନ ମନ୍ତ୍ରୀଙ୍କ ଅଧ୍ଯକ୍ଷତାରେ ଏହି ସମନ୍ଵୟ ବୈଠକ ହୋଇଥିଲା। ବୈଠକରେ ଜାଗର ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଉପରେ ଗୁରୁତ୍ଵ ଦିଆଯାଇଛି। ଆସନ୍ତା ୨୬ ତାରିଖ ହେବ ଜାଗର। ଭୋର୍ ୩ଟାରୁ ରାତି ସାଢ଼େ ୧୧ଟା ଓ ରାତି ସାଢ଼େ ୧୧ଟାରୁ ପରଦିନ ସକାଳ ୫ଟା ୧୫ ମିନିଟ ପର୍ଯ୍ୟନ୍ତ ଲିଙ୍ଗରାଜଙ୍କ ନୀତିକାନ୍ତି ବି ସ୍ଥିର ହୋଇଛି। ଲିଙ୍ଗରାଜଙ୍କ ଜାଗରକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଓ ଭକ୍ତଙ୍କ ସୁବିଧା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ।

ଭକ୍ତମାନେ ଯେମିତି ବିନା ସମସ୍ଯାରେ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ, ତା ଉପରେ ବୈଠକରେ ଫୋକସ୍ କରାଯାଇଛି। ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ। ଅଗ୍ନିଶମ ବାହିନୀ, ଜରୁରୀ ସ୍ଵାସ୍ଥ୍ୟ ସେବା ପାଇଁ ସ୍ଵତନ୍ତ୍ର ଟିମ୍ ମଧ୍ୟ ପ୍ରସ୍ତୁତ ରହିବେ। ବ୍ୟାରିକେଡ୍ ଲଗାଯିବା ସହିତ ପାନୀୟ ଜଳ ବ୍ୟବସ୍ଥା, ସୁଲଭ ଶୌଚାଳୟ, ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ପାଇଁ ସ୍କାଉଟ ଗାଇଡ୍‌, ରେଡକ୍ରସ୍‌, ଏନସିସି କ୍ଯାଡେଟଙ୍କୁ ନିୟୋଜିତ କରାଯିବ। ମନ୍ଦିରର ଏକ କିଲୋମିଟର ପରିଧି ଭିତରେ ସିସିଟିଭି ଲଗାଯିବ। ମନ୍ଦିର ସେବାୟତ ଓ ଭିଆଇପିଙ୍କ ପାଇଁ ପୃଥକ୍ ଦ୍ଵାର ବ୍ୟବହାର କରାଯିବ। ବୈଠକରେ ମନ୍ଦିର ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତା, ସେବାୟତ, ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Post Views9 Total Count

Apply Now


This will close in 0 seconds

error: Content is protected !!