ନିର୍ବାଚନୀ ଇସ୍ତାହାରକୁ ନେଇ ବିଜେଡିର ପ୍ରେସମିଟ୍ । ବିଜେଡି ମୁଖପାତ୍ର ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ବିଜେଡି ଇସ୍ତାହାର ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ । ନବୀନଙ୍କ ୨୪ ଗ୍ୟାରେଣ୍ଟି ମଧ୍ୟରୁ ପ୍ରଥମ ଗ୍ୟାରେଣ୍ଟି ଯୁବ ଓଡ଼ିଶା ନବୀନ ଓଡ଼ିଶା । ୨୦୩୪ ସୁଦ୍ଧା ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଗଢିବାରେ ଯୁବଙ୍କ ଦାୟିତ୍ୱ ଓ ଗୁରୁତ୍ୱ ।
ସେମାନେ ହିଁ ଆଗରେ ରହିବେ । ଭାରତ ବର୍ଷରେ ପ୍ରଥମ ରାଜ୍ୟ ଭାବେ ଯୁବ ବଜେଟ ଇସ୍ତାହାରରେ ଅଛି । ଯୁବକଙ୍କ ପାଇଁ ୧୦ ବର୍ଷ ପାଇଁ ୧ ଲକ୍ଷ କୋଟି ବଜେଟ ରହିବ । ଏଭଳି ବଜେଟ କେନ୍ଦ୍ର ସରକାର ବି ଆଣିନାହାନ୍ତି । ବିଜେପି ଯୁବ ଦକ୍ଷତା କଥା କହେ. ହେଲେ ଇସ୍ତାହାରରେ ଏହା ନାହିଁ ।
ଯୁବ ବଜେଟ ଵି କରି ନାହାନ୍ତି, କେବଳ ଭାଷଣରେ ସୀମିତି ରହିଛି ଯୁବବର୍ଗଙ୍କ ବିକାଶ । ଯୁବକ ମାନେ ନିଜ ମତ ଦେଲା ପରେ ଏହି ବଜେଟ କାର୍ଯ୍ୟକାରୀ ହେବ, ନୀତି ନିର୍ଧାରଣରେ ଯୁବକ ଭାଗିଦାରୀ ରହିବେ । ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ।
ଦ୍ଵିତୀୟ ଗ୍ୟାରେଣ୍ଟିରେ ଛାତ୍ରଙ୍କ ପାଇଁ ନବୀନ କାର୍ଡ, ଏହାର ପରିସୀମା ବଢ଼ାଯିବ । ସବୁ ଯୁବକ ଏହା ପାଇବେ, ପ୍ରଦର୍ଶନ ଭଲ ରହିଲେ କାର୍ଡର ଲେବୁଲ ବଢିବ । ଏହି କାର୍ଡ ଜରିଆରେ ପ୍ରଦର୍ଶନ ଆଧାରରେ ୱାଇଫାଇ, ଅନଲାଇନ, ଲାଇବ୍ରେରୀ, କୋଚିଂ, ସୁଵିଧା ମିଳିବ । ଗୋଟେ ପ୍ଲାଟଫର୍ମରେ ସବୁ ସୁବିଧା ମିଳିବ । ନୂଆ ଓ ବୃତ୍ତିରେ ଇଣ୍ଟନସିପ ସୁବିଧା ସାମଗ୍ରିକ ବିକାଶ ପାଇଁ କରାଯିବ । ଯୁବକ ମାନଙ୍କର ଆଗକୁ ବଢିବାର ଲକ୍ଷ୍ୟ ରହିଛି । ଏହାକୁ ସାଧନ କରିବାକୁ ରଣର ଆବଶ୍ୟକତା ରହିଛି । ତେଣୁ ଇସ୍ତାହାରରେ ଋଣ ଛାଡ଼ କଥା ଅଛି, ମଧ୍ୟବିତ ଓ ଗରିବଙ୍କ ଶିକ୍ଷା ପାଇଁ ଏହା ଫାଇଦା ଦେବ । ନୂଆ ଓ ପ୍ରତିଯୋଗିତା ସବୁବେଳେ ଚାଲିବ, ଛାତ୍ରଛାତ୍ରୀଙ୍କ ପାଇଁ ପରିବହନ ଟିକେଟରେ ରିହାତି, ନୂଆ ଓ ବୃତ୍ତି ଛାତ୍ରୀଙ୍କ ପାଇଁ ୧୪ ହଜାର ଓଁ ଛାତ୍ରଙ୍କ ପାଇଁ ୧୨ ହଜାରକୁ ବୃଦ୍ଧି ହେବ । ବିଜୁ ପଟ୍ଟନାୟକ ଆଭିଏସନ ସେଣ୍ଟର ଖୋଲିବ । ୨ ଲକ୍ଷ ସରକାରୀ ଚାକିରୀ ମିଳିବ । ସ୍ୱୟଂ ଯୋଜନାରେ ଋଣ ୧ ଲକ୍ଷରୁ ୨ ଲକ୍ଷକୁ ବୃଦ୍ଧି କରାଯିବ । ଯାହା ବିଜେପିକୁ ନିରୁତ୍ସାହିତ କରିଛି । ଷ୍ଟାର୍ଟଅପର ନୂଆ ଜ୍ଞାନ କୌଶଳ ଓଡ଼ିଶାକୁ ଆସିବ ।

