କଂଗ୍ରେସର ସଦସ୍ୟ ଥାଇ ସୁଦ୍ଧା ଦଳରେ ନଥିବା ନେଇ ବୟାନ ରଖିଥିଲେ ମନ୍ମଥ । ଯାହାକୁ ନେଇ ମନ୍ମଥଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।
ତେବେ ଏହାର ଉତ୍ତର ନରଖିବାରୁ ମନ୍ମଥଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି କଂଗ୍ରେସର ଶୃଙ୍ଖଳା କମିଟି କଂଗ୍ରେସରୁ ନିଲମ୍ବିତ ହେଲେ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । କଂଗ୍ରେସର ଶୃଙ୍ଖଳା କମିଟି ପକ୍ଷରୁ ମନ୍ମଥଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏହାପୂର୍ବରୁ ଗତକାଲି ମନ୍ମଥଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ବିଧାୟକ ବାପା ସୁର ରାଉତରାୟ କହିଥିଲେ, ଦଳରେ ଶୃଙ୍ଖଳା ହିଁ ସବୁକିଛି । ଦଳରେ ଯିଏ ଶୃଙ୍ଖଳା ଭଙ୍ଗ କରିବ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ।
ମୋ ପୁଅ ଶୃଙ୍ଖଳା ଭଙ୍ଗ କରିଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲେ କୌଣସି ଆପତ୍ତି ନଥିବା କହିଥିଲେ ସୁର ।

