ବିଶ୍ୱ ପାଳୁଛି ପର୍ଯ୍ୟଟନ ଦିବସ, କିଛି ଏଭଳି ରହିଛି କୋଣାର୍କର ସ୍ଥିତି

ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଆଣ୍ଠୁଏ ପାଣି । ସୂର୍ଯ୍ୟ ମନ୍ଦିର ଦେଖିବାରୁ ବଞ୍ଚିତ ହେଲେ ଦେଶ ବିଦେଶ ପର୍ଯ୍ୟଟକ । ଚନ୍ଦ୍ରଭାଗା ସମୁଦ୍ର ଆଶାନ୍ତ ଥିବା ବେଳେ ମତ୍ସଜୀବୀକୁ ମାଛ ଧରିବାକୁ ବାରଣ କରାଯାଇଛି । ଗତକାଲି ସକାଳୁ ପ୍ରବଳ ବର୍ଷା ଯୋଗୁଁ ଚନ୍ଦ୍ରଭାଗାରେ ସମୁଦ୍ର ଅଶାନ୍ତ ଥିବା ବେଳେ ସୂର୍ଯ୍ୟ ମନ୍ଦିର ଚାରିପଟେ ଆଣ୍ଠୁଏ ଆଣ୍ଠୁଏ ବର୍ଷା ପାଣିରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଏଏସଆଇ ପକ୍ଷରୁ ଅତି ଆଧୁନିକ ୪ଟି ବିଦ୍ୟୁତ ଚାଳିତ ପାଣି ପମ୍ପ ଲାଗିଥିଲେ ମଧ୍ୟ ସେଥିରୁ ମାତ୍ର ଦୁଇଟି ଚାଲୁଥିବା ଦେଖାଦେଇଛି ।

ଅନ୍ୟ ଦୁଇଟି ଖରାପ ଥିବା ସହ ୬ଟି ଡିଜେଲ ଚାଳିତ ପାଣିପମ୍ପ ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି । ଫଳରେ ସୂର୍ଯ୍ୟ ମନ୍ଦିର ଭିତରେ ପାଣି ଜମି ରହୁଛି । ତୁରନ୍ତ ଜିଲ୍ଲା ପ୍ରଶାସନ ବା ପର୍ଯ୍ୟଟନ ମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବା ସହ ସୂର୍ଯ୍ୟ ମନ୍ଦିରରୁ କିପରି ବର୍ଷା ପାଣି ନିଷ୍ଚାସନ ହେବ ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରିଛନ୍ତି ଦେଶ ବିଦେଶର ପର୍ଯ୍ୟଟକମାନେ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!