ନନ୍ଦିଘୋଷ ରଥଟଣା ବିଳମ୍ବକୁ ସବୁଠି ଉଦବେଗ ପ୍ରକାଶ ପାଇଛି , ଏ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରି ଏକ୍ସ ହ୍ୟାଣ୍ତେଲ ରେ ପୋଷ୍ଟ କରିଛନ୍ତି ।
ସେ କହିଛନ୍ତି ଆମେ ଏଠାରେ କାହାକୁ ଦୋଷୀ କରୁ ନାହୁଁ କି ଅଯଥା ବିଳମ୍ବ ପାଇଁ କାହାକୁ ଦାୟୀ ମଧ୍ୟ କରୁ ନାହୁଁ , କିନ୍ତୁ ଆମ ରାଜ୍ୟର ସବୁଠାରୁ ପବିତ୍ର ଉତ୍ସବରେ ଘଟଣାଗୁଡ଼ିକ ଯେଉଁଭାବେ ଘଟିଲା, ତା’ ଉପରେ ଆମକୁ ଗଭୀର ଚିନ୍ତା ଓ ଦୁଃଖ ମଧ୍ୟ ଦେଇଛି ।
ସମାନ ଘଟଣା ବାରମ୍ବାର ମହାପ୍ରଭୁଙ୍କ ସହ ହେବ ଉଚିତ କଥା ନୁହେଁ । ଗତ ବର୍ଷ ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ପଡ଼ି ଯାଇଥିଲେ । ଏହା ଅଗଣିତ ଭକ୍ତଙ୍କୁ ଆଘାତ ଦେଇଥିଲା । ଯାହାକୁ ଭୁଲିବା କଷ୍ଟକର ।

