କୌନ ବନେଗା କରୋଡପତିରେ କମାଲ କଲେ ଓଡ଼ିଆ ବୋହୁ । କଟକ ଚୌଦ୍ୱାରର ମହିଳା ବ୍ୟବସାୟୀ ପଙ୍କଜିନୀ ଦାଶ ଏହି ପ୍ରତିଯୋଗିତାରେ ଭାଗ ନେଇ ୫୦ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି। ବିଗ୍ ବି ଅମିତାଭଙ୍କ ଦ୍ୱାରା କରାଯାଉଥିବା ଏହି ଶୋ’ରେ ପଙ୍କଜିନୀ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ସଠିକ ଉତ୍ତର ଦେଇ ଏହି ସଫଳତା ପାଇଛନ୍ତି ।

ସୂଚନାନୁଯାୟୀ କଟକ ଚୌଦ୍ୱାରର ମହିଳା ବ୍ୟବସାୟୀ ପଙ୍କଜିନୀ ଦାଶ । ୫୦ ଲକ୍ଷ ଟଙ୍କା ଜିତି ସେ କେବିସିରୁ ଓହରି ଯାଇଛନ୍ତି । ୧ କୋଟି ଟଙ୍କାର ଅନ୍ତିମ ପ୍ରଶ୍ନର ଉତ୍ତର ସେ ଜାଣିଥିଲେ ସୁଦ୍ଧା କୌଣସି ରିସ୍କ ନେବାକୁ ଚାହିଁ ନଥିଲେ । ଏହି ସଫଳତା ପଛରେ ତାଙ୍କ ପରିବାର, ସ୍ବାମୀ ଓ ପୁଅର ବଡ଼ ଭୂମିକା ରହିଥିବା ସେ କହିଛନ୍ତି । ୨୪ ବର୍ଷ ଧରି ସେ ଏହି ଶୋ’ରେ ଭାଗ ନେବାକୁ ପ୍ରୟାସ କରୁଥିବା ବେଳେ ଶେଷରେ ତାଙ୍କର ଇଚ୍ଛା ପୂରଣ ହୋଇଛି ।

ପଙ୍କଜିନୀ ଜଣେ ଫାର୍ମାସିଷ୍ଟ ହୋଇଥିବା ବେଳେ ମା’ ଶରାଳା ନାମକ ଏକ ମେଡ଼ିକାଲ ଷ୍ଟୋର ଚଳାଉଛନ୍ତି । ପରିବାରର ଦେଖାଶୁଣା କରିବା ସହ ସ୍ୱାମୀ, ପିଲାମାନଙ୍କ ଦାୟିତ୍ୱକୁ ସୁରାରୁ ରୂପେ ତୁଲାଇବା ସହ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସେ ଲୋକପ୍ରିୟତା ହାସଲ କରିଥିବାରୁ ତାଙ୍କର କାର୍ଯ୍ୟଦକ୍ଷତାକୁ ଅମିତାଭ ବଚନ୍ ସାଧୁବାଦ ଜଣାଇଛନ୍ତି ।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!