ମାଟି ଓ ମାଆ ପାଇଁ ଲଢେଇକୁ ଜୋରଦାର କଲା ବିଜେଡି । ପୋଲାଭରମ ପ୍ରସଙ୍ଗରେ ଅଧିକ ତଥ୍ୟ ସଂଗ୍ରହ ଓ ଦାବି ଉପସ୍ଥାପନ ପାଇଁ ବିଜେଡିର ୭ ଜଣିଆ ଟିମ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବ। ୫ ତାରିଖ ଯାଏଁ ଦିଲ୍ଲୀରେ ସେଣ୍ଟ୍ରାଲ ୱାଟର କମିଶନ, ଜଳଶକ୍ତି ମନ୍ତ୍ରାଳୟ, ଆଦିବାସୀ ବ୍ୟାପାର ବିଭାଗକୁ ସ୍ମାରକପତ୍ର ଦେବ ଦଳ । ଦିଲ୍ଲୀ ଅଭିମୁଖେ ଓଡିଶାରୁ ଯିବେ ୭ ଜଣିଆ ଟିମ୍ । ସେଠାରେ ସାତ ଜଣ ସାଂସଦ ମଧ୍ଯ ଏହି ଟିମ ସହ ସାମିଲ ହେବେ। କମିଟିରେ ଦେବୀ ପ୍ରସାଦ ମିଶ୍ର, ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ପୂର୍ବତନ ବିଧାୟକ ମାନସ ମାଡକାମୀ ପ୍ରମୁଖ ରହିଛନ୍ତି। ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୧୫ ହଜାର କୋଟିର ସହାୟତା ଦେଇଛନ୍ତି ।

ଟିଡିପି ମଧ୍ୟ ଏହି କାର୍ଯ୍ୟ ସାରିବାକୁ ଜୋରଦାର ଉଦ୍ୟମ କରୁଛନ୍ତି । ଏନଜିଟି ଅର୍ଡରକୁ ବି ଷ୍ଟେ କରି ପ୍ରକଳ୍ପ କାମ କରାଯାଉଛି। ଏସବୁ ସମସ୍ୟା ଅବଗତ କରିବାକୁ ଉଦ୍ୟମ କରିବ ବିଜେଡି। ମାଲକାନଗିରିରେ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆକଳନ କରି ବିଜେଡି ଟିମ୍ ରିପୋର୍ଟ ଦେଇଥିଲେ । ପୋଲାଭରମ ପ୍ରକଳ୍ପରେ ୩୬ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନକୁ ୫୦ ଲକ୍ଷ କ୍ୟୁସେକରେ ପରିବର୍ତ୍ତନ ପରେ କ୍ଷୟକ୍ଷତିର ଆକଳନ ହୋଇନି। ବିଜେଡି ଟିମ୍ ପୋଲାଭରମ ସାଇଟରେ ପ୍ରସ୍ତୁତି ଦେଖି ଫେରିଛି । ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷ ମୁଖ୍ଯ ନରସିଂହ ମୂର୍ତ୍ତି ଓ ଟେକ୍ନିକାଲ ଟିମ ସହ ଆଲୋଚନା ହୋଇଥିଲା । କିନ୍ତୁ ସେମାନେ ପ୍ରକଳ୍ପକୁ ନେଇ ସବିଶେଷ ତଥ୍ୟ ଦେଇନଥିଲେ ।

୨୦୦୭ରୁ ଟ୍ରାଇବଲ ଆଫେୟାର୍ସ, ଜଙ୍ଗଲ ପରିବେଶ ବିଭାଗର ନିର୍ଦ୍ଦେଶ ଉଲ୍ଲଙ୍ଘନ ନେଇ ପ୍ରଶ୍ନ ଉଠାଇ ଆସୁଛି ଦଳ। ଆଇନଗତ ଲଢେଇ ମଧ୍ୟ ଜାରି ରହିଛି । ପ୍ରକଳ୍ପର ପରିବର୍ତ୍ତନ ଡିଜାଇନର କ୍ଷୟକ୍ଷତି ଆକଳନ କରାଯାଇ ସୁପ୍ରିମକୋର୍ଟକୁ ଦିଆଯାଇନି। ପ୍ରଥମେ ବ୍ୟାକ ୱାଟର ୧୭୪.୨୨ ମିଟର ରହିବ ବୋଲି ଆକଳନ କରାଯାଇଥିଲା। ପରେ ୨୧୩ ମିଟର ଯାଏଁ ରହିବ ବୋଲି କୁହାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୨୩୨.୨୮ ମିଟର ବ୍ୟାକ ୱାଟର ରହିବ ବୋଲି ଆଇଆଇଟି ରୁରକି ଆକଳନ କରିଛି। ଏ ସମ୍ପର୍କରେ କର୍ତ୍ତୃପକ୍ଷ ଟେକ୍ନିକାଲ ସ୍ବଚ୍ଛତା ଦେଇନାହାଁନ୍ତି । ବର୍ତ୍ତମାନ ନିଷ୍ପତ୍ତି ଅନୁଯାୟୀ ବିଜେଡି ଏହି ପ୍ରସଙ୍ଗକୁ ନେଇ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!