ଜାଣନ୍ତୁ ଏଭଳି ଅଭିଯୋଗ କାହିଁକି ଆଣିଲେ ବିଜେଡି ନେତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜେପି କାର୍ଯ୍ୟାଳୟ ପରିଦର୍ଶନ ସମୟରେ ବାଚସ୍ପତି ଓ ଉପବାଚସ୍ପତି ଉପସ୍ଥିତ ରହିବା ନେଇ ପ୍ରଶ୍ନ ଉଠାଇଛି ବିଜେଡି। ବିଧାନସଭା ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଏଥିରୁ ନିବୃତ ରହିବାକୁ ଗୃହକୁ ଜଣାଇଛନ୍ତି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ। ବାଚସ୍ପତି ଓ ଉପବାଚସ୍ପତି ଏକ ସାମ୍ବିଧାନିକ ପଦବୀର ଥାଇ ପାର୍ଟି ଅଫିସକୁ ଯିବା ଆବଶ୍ୟକତା ନଥିଲା। ଯିବା ଫଳରେ ନିର୍ଦ୍ଦିଷ୍ଟ ଦଳରେ ପାଇଁ କାମ କରୁଛନ୍ତି ବୋଲି ଜଣାପଡ଼ୁଛି।

ବାଚସ୍ପତିଙ୍କ କର୍ତ୍ତବ୍ୟ ଗୃହର ଶାଳୀନତା ଓ ମର୍ଯ୍ୟାଦା ରକ୍ଷା କରିବା । ଆଇନର ରକ୍ଷା କରିବା। କେହି ସମ୍ବିଧାନ ଉପରେ ନୁହନ୍ତି କି ଆଇନର ଉର୍ଦ୍ଧ୍ବରେ ନୁହଁନ୍ତି। ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନରେ ରହି ଏଭଳି କରିବା ଫଳରେ ବାଚସ୍ପତିଙ୍କ ଉପରେ କଳାଦାଗ ସୃଷ୍ଟି କରିବ ବୋଲି କହିଛନ୍ତି ପ୍ରତାପ ଦେବ। ଏହି କଥାକୁ କେହି ସମାଲୋଚନା କଲେ ଏହାଦ୍ବାରା ସମସ୍ତେ ନିନ୍ଦିତ ହେବେ। ତେଣୁ ଏଭଳି ଦୃଷ୍ଟାନ୍ତ ଭବିଷ୍ୟତରେ ସୃଷ୍ଟି କରାନଯାଉ ବୋଲି ନିବେଦନ କରିଛନ୍ତି ପ୍ରତାପ । ଅନ୍ଯପଟେ ପ୍ରତାପ ଏହି ପ୍ରସଙ୍ଗ ଉଠାଇବାବେଳେ ଗୃହରେ ବିଜେପି ବିଧାୟକ ମାନେ ହଟ୍ଟଗୋଳ କରିଥିଲେ।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!