୨୦୨୭ ଡିସେମ୍ବର ସୁଦ୍ଧା ଚାଲିବ ଭୁବନେଶ୍ୱର ମେଟ୍ରୋ

ଆସନ୍ତା ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ଟ୍ରେନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସରିବ। ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମାର୍ଗରେ ପ୍ରଥମ ପର୍ଯ୍ୟାୟରେ ୧୩ଟି ଟ୍ରେନ ଚଳାଚଳ କରିବ ଓ ଦୈନିକ ପ୍ରାୟ ୯୫ହଜାର ଲୋକ ଏଥିରେ ଯାତାୟତ କରିବାର ସୁଯୋଗ ପାଇବେ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୧୩ଟି ମେଟ୍ରୋ ଟ୍ରେନ ଚଳାଚଳ କରିବ। ପ୍ରତ୍ୟେକ ଟ୍ରେନରେ ୩ଟି ବଗି ରହିବ ଓ ଏଥିରେ ପ୍ରାୟ ୯୫ହଜାର ଯାତ୍ରୀ ଦୈନିକ ଯାତାୟତ କରିପାରିବେ।

ପ୍ରଥମ ପର୍ଯ୍ୟାୟରେ ଏହି ୨୬କିମି ଦୂରତ୍ୱ ମଧ୍ୟରେ ୨୦ଟି ଷ୍ଟେସନ ରହିବ। ସେଥିରୁ ୩ଟି ଏକାମ୍ର ନିର୍ବାଚନମଣ୍ଡଳୀ, ୪ଟି ଭୁବନେଶ୍ୱର-ମଧ୍ୟ ଓ ୧୦ଟି ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରେ ରହିଛି। ଏହି ମେଟ୍ରୋ ଟ୍ରେନଗୁଡ଼ିକ ଭୂପୃଷ୍ଠଠୁ ୧୩ମିଟର ଉପରେ ଯାତାୟତ କରିବ। ଆଉ ରାଜମହଲ, ଜୟଦେବ ବିହାର ଓ ବାରଙ୍ଗଠାରେ ମେଟ୍ରୋ ଟ୍ରେନ ଆଉ ସାମାନ୍ୟ ଅଧିକ ଉଚ୍ଚତାରେ ଚଳାଚଳ କରିବ ବୋଲି ସେ ସୂଚନା ଦେଇଛନ୍ତି।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!