ବଦଳି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ଅଫିସରଙ୍କ ଉପରେ କଡ଼ା ପଦକ୍ଷେପ

ଗାଦି ମଡ଼ା ସାବଧାନ ! ଏବେ ବାଜିବ ସରକାରଙ୍କ ଛାଟ ! ସାବାଡ୍ ହେବେ OAS ଅଫିସର ! ସରକାରଙ୍କ ବଦଳି ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ଅଫିସରଙ୍କ ଉପରେ କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଗଲାଣି । ଖାଲି ସେତିକି ନୁହେଁ, ବଦଳି ନିର୍ଦ୍ଦେଶ ପରେ ଯଦି ନୂଆ ସ୍ଥାନରେ ଅଫିସରମାନେ ଯୋଗ ନଦିଅନ୍ତି ତେବେ ସରକାର ସେମାନଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୫ ବର୍ଷର ସ୍ଥିର ସରକାରରେ ବଡ଼ ବଡ଼ ଅଧିକାରୀଙ୍କ ମୁହଁଟାଣ ହୋଇଛି । ସରକାରଙ୍କ ବାରମ୍ବାର ବଦଳି ନିର୍ଦ୍ଦେଶ ସତ୍ତ୍ୱେ ପୁରୁଣା ଅଫିସ ଛାଡ଼ି ନାହାନ୍ତି କିଛି OAS ଅଫିସର । ଏଭଳି ଘଟଣା ଅନେକ ସ୍ଥାନରୁ ନଜର ଆସିବା ପରେ ଏବେ ନୂଆ ସରକାରଙ୍କ ଟାର୍ଗେଟ୍‌ରେ ରହିଛନ୍ତି ଏହି ସବୁ ଅଫିସର । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜସ୍ବ ବିଭାଗ ଏପରି ନିର୍ଦ୍ଦେଶ ଦେଇଛି ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!