ପାର୍ଲାମେଣ୍ଟର ଚଳିତ ଅଧିବେଶନର ଆସିପାରେ ୱାନ୍ ନେସନ୍ ୱାନ୍ ଇଲେକସନ୍ ବିଲ୍ । ଏନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଗୋଟିଏ ଦେଶ, ଗୋଟି ଭୋଟକୁ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ବିଜେପି ଇସ୍ତାହାରରେ ବିଜେପି ଏହାକୁ ବି ସାମିଲ କରିଥିଲା । ୱାନ୍ ନେସନ୍, ୱାନ୍ ଇଲେକସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ କେନ୍ଦ୍ର ସରକାର । କମିଟିର ରିପୋର୍ଟକୁ କ୍ୟାବିନେଟ୍ ମଂଜୁରୀ ବି ମିଳିଛି । ପାର୍ଲାମେଣ୍ଟର ଚଳିତ ଶୀତକାଳୀନ ଅଧିବେଶନରେ ବିଲ୍ ଆଗତ କରିବାକୁ ସରକାର ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି । ଏକକ ନିର୍ବାତନ ଢାଞ୍ଝା କାର୍ଯ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ।
ସଂସଦର ଉଭୟ ଗୃହର ଦୁଇ-ତୃତୀୟାଂଶ ବହୁମତ ସହ ଅତିକମରେ ୬ଟି ବିଧେୟକ ପାସ୍ ହେବ । ବିଜେପି ନେତୃତ୍ୱାଧୀନ NDA ପାଖରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟା ରହିଛି । କିନ୍ତୁ ସାମ୍ବିଧାନିକ ସଂଶୋଧନ ପାଇଁ ଆବଶ୍ୟକ ସଂଖ୍ୟା ଏକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ରାଜ୍ୟସଭାରେ ଏନଡିଏ ୧୧୨ ସଦସ୍ୟ ଥିବା ବେଳେ ଦୁଇ ତୃତୀୟାଂଶ ବହୁମତ ପାଇଁ ଆବଶ୍ୟକ ୧୬୪ ସିଟ୍ । ସେହିପରି ଲୋକସଭାରେ ଏନଡିଏ ମେଣ୍ଟକୁ ଆବଶ୍ୟକ ୩୬୪ । ତେଣୁ ବିଲ୍ ନେଇ ଭୋଟିଂ ବେଳେ ଅଣଏନଡିଏ ମେଣ୍ଟର ସମର୍ଥନ ଯୋଗାଡିବା କେନ୍ଦ୍ର ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ରହିବ ।

