ମାଓବାଦୀ ମାନେ ଶୁଣିଲେନି ଜଣେ ନାବାଳିକା ଝିଅର ଗୁହାରି। ଅପହରଣ ପରେ ଝିଅର ବାପାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଲାଲବାହିନୀ। ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଜାଙ୍ଗଲା ଥାନା ଭୈରବଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁକଲୁ ଫରସା ଓ କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଖରାମ ଅବଲମଙ୍କୁ ମାଓବାଦୀ ମାନେ ଗତ ଦୁଇ ତାରିଖ ଦିନ ବୀରଭୂମି ଜଙ୍ଗଲ ରାସ୍ତାରୁ ଅପହରଣ କରି ନେଇଥିଲେ। ଅପହରଣ ପରେ ଶୁକଲୁ ଫରସାଙ୍କ ନାବାଳିକା ଝିଅ ୟାମିନି ଫରସା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମାଓବାଦୀଙ୍କୁ ନିବେଦନ କରିଥିଲେ ଯେ ତାଙ୍କ ବାପା ନିର୍ଦ୍ଦୋଷ। ତାଙ୍କୁ ଛାଡି ଦିଅନ୍ତୁ । ହେଲେ ଏହି ବାର୍ତ୍ତା ନକ୍ସଲଙ୍କ ପାଖରେ ପହଞ୍ଚିଥିଲେ ମଧ୍ଯ ସେମାନେ ଦୁଇ ଅପହୃତଙ୍କୁ ମୁକ୍ତ କରିବା ପରିବର୍ତ୍ତେ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି।

ହତ୍ୟା ପରେ ମାଓବାଦୀମାନେ ଘଟଣା ସ୍ଥଳରେ ଦୁଇଟି ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ଦୁଇ ପୂର୍ବତନ ସରପଞ୍ଚ ବିଜେପି କର୍ମୀ ହୋଇଥିବାରୁ ଭୈରବଗଡ ମାଓ ସଂଗଠନ ଏହି ଦୁଇ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେଇଛି ବୋଲି ଲେଖା ରହିଛି ।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!