ସର୍ବସାଧାରଣ ସ୍ଥାନରେ ଗୋମାଂସ ବିକ୍ରି ଓ ଖାଇବାରେ କଟକଣା

ଆସାମରେ ଗୋମାଂସ ଉପରେ ଲାଗିଲା କଟକଣା। ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋମାଂସ ବିକ୍ରି ଉପରେ ନିଷେଧାଦେଶ ଲାଗୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ସୂଚନା ଦେଇଛନ୍ତି।

ଗତକାଲି ଆସାମ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ଗୋମାଂସ ବ୍ୟାନ ନେଇ ନିଷ୍ପତ୍ତି ହୋଇଛି। ଗୋମାଂସ ବିକ୍ରି ଉପରେ ଥିବା ଆଇନରେ ସଂଶୋଧନ ଏବଂ ନୂତନ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଆସାମ ମନ୍ତ୍ରୀ ପୀୟୁଷ ହଜାରିକା ଏକ ପୋଷ୍ଟ କରି ରାଜ୍ୟ କଂଗ୍ରେସକୁ ଆହ୍ବାନ କରିବା ସହିତ ଗୋମାଂସ ପ୍ରତିବନ୍ଧକକୁ ସ୍ଵାଗତ କର ନଚେତ ପାକିସ୍ତାନ ଚାଲିଯାଅ ବୋଲି କହିଛନ୍ତି।

ଅନ୍ୟପଟେ ଆସାମ ପରି ଓଡ଼ିଶାରେ ଗୋ ହତ୍ୟା ବନ୍ଦ ନେଇ ଆସିବ ଆଇନ । ଗୋମାଂସ ଓ ଗୋଚାଲାଣ ବି ବନ୍ଦ ହେବ କହିଲେ ଆଇନ ମନ୍ତ୍ରୀ । ସରକାର ଖୁବଶୀଘ୍ର କଡ଼ା ଆଇନ ସହ ବିଲ୍‌ ଆଣିବାକୁ ବିଚାର କରୁଛନ୍ତି । ଗୋଚାଲାଣ ଓ ଗୋ ହତ୍ୟା ଉପରେ ରୋକ୍‌ ନେଇ ଆଭିମୁଖ୍ୟ ସ୍ପଷ୍ଟ ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!