ସରକାରକୁ ବଦନାମ କରିବାକୁ କୃତ୍ରିମ ଅଭାବ ତିଆରି କରାଗଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଦେବୁ ନାହିଁ । ଏବେ ପୁଣି ଆଳୁ ଦେବାକୁ ରାଜି ହେଲେ । କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ । ଏବେ ବଜାର ସ୍ବାଭାବିକ ଅଛି ଆହୁରି ଆଳୁ ଦର କମିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

ତେବେ ଓଡ଼ିଶାକୁ ଆଳୁ ଗାଡ଼ି ନ ଛାଡ଼ିବାରୁ ଧାରଣା ଦେଇଥିଲେ ପଶ୍ଚିମବଙ୍ଗ ବ୍ୟବସାୟୀ । ତେବେ ଗତ ଡିସେମ୍ବର ୪ରେ ପଶ୍ଚିମବଙ୍ଗରେ ଲାଗି ରହିଥିବା ଆଳୁ ଧାରଣ ପ୍ରତ୍ୟାହୃତ ହୋଇଥିଲା । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରିବା ପରେ ବ୍ୟବସାୟୀ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଥିଲା । ଶୀତଳ ଭଣ୍ଡାରରୁ ପୂର୍ବପରି ଆଳୁ ବାହାରକୁ ଆସିବ ବୋଲି ସମ୍ଭାବନା ଦେଖାଦେଇଛି। ହୋଲସେଲ୍‌ ଓ ରିଟେଲ ମାର୍କେଟକୁ ଆଳୁ ପଠାଯିବ। ଯେପରି ଆଳୁ ଅନ୍ୟ ସ୍ଥାନକୁ ଯାଉଥିଲା ତାହା ପୂର୍ବପରି ଚାଲିବ ବୋଲି ଜଣାପଡ଼ିଛି। ଯାହାଦ୍ୱାରା ଓଡ଼ିଶା ପରି ରାଜ୍ୟରେ ଦେଖାଦେଇଥିବା ଆଳୁ ସଙ୍କଟ ଦୂର ହେବ ବୋଲି ଆଶଙ୍କା କରାଯାଉଛି।

ସେପଟେ ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ୟୁପିରୁ ଆଳୁ ଆସିବା ଆରମ୍ଭ ହୋଇଛି ବୋଲି ଯୋଗାଣ ମନ୍ତ୍ରୀ କହିଥିଲେ । ପଞ୍ଜାବ ସରକାରଙ୍କ ସହ ବି ଯୋଗାଯୋଗ ଚାଲିଛି । ଏସବୁ ଭିତରେ ଆଜିଠୁ କମିବ କି ଆଳୁ ଟେନସନ୍ ? ସେନେଇ କିଛି ସ୍ପଷ୍ଟ ଆକଳନ କରାଯାଇପାରୁନି। ସେହିପରି ଅସାଧୁ ବ୍ୟବସାୟୀଙ୍କୁ କଡ଼ା ଚେତାବନୀ ଦେଇ ଯୋଗାଣ ମନ୍ତ୍ରୀ କହିଥିଲେ, ଚଢ଼ା ଦରରେ ଆଳୁ ବିକ୍ରି କଲେ ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ।

Post Views25 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!