ସ୍କୁଲ୍‌ ବସ୍‌କୁ ଧକ୍କା ଦେଲା ଟ୍ରେଲର, ୧୦ ପିଲା ଆହତ

 ସ୍କୁଲ୍‌ ବସ୍‌କୁ ଧକ୍କା ଦେଲା ଟ୍ରେଲର। ୫୫ନଂ ଜାତୀୟ ରାଜପଥ କୋରିଆଁ ଛକରେ ଦୁର୍ଘଟଣା। ସେଣ୍ଟ୍ ଜାଭିୟର ହାଇସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣ ପିଲା ଆହତ ହୋଇଛନ୍ତି।

ସୂଚନାନୁଯାୟୀ, ସୋମବାର ସକାଳେ ଢେଙ୍କାନାଳ ସହରର ବାରାକ ଲାଇନ୍ ଅଞ୍ଚଳରୁ ଗେଙ୍ଗୁଟିଆ ରଣପସି ସ୍ଥିତ ହାଇସ୍କୁଲକୁ ସେଣ୍ଟ୍ ଜାଭିୟରର ବସ୍ ଯାଉଥିଲା। ୫୫ନଂ ଜାତୀୟ ରାଜପଥ କୋରିଆଁ ଛକରେ ବସ୍‌ଟିକୁ ଏକ ଟ୍ରେଲର ଧକ୍କା ଦେଇଥିଲା। ଫଳରେ ୧୦ ଜଣ ପିଲା ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍‌ରେ ପ୍ରାୟ ୪୦ ଜଣ ପିଲା ଥିଲେ ବୋଲି ସୂଚନା ମିଳିଛି। ଦୁର୍ଘଟଣାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!