ଓଡ଼ିଆ ନିରାମିଷ ଖାଦ୍ୟର ମଜା ନେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାତ୍ରୀ ଭୋଜନ କରିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଓଡ଼ିଆ ନିରାମିଷ ଖାଦ୍ୟର ମଜା ନେଇଛନ୍ତି । ରାତ୍ରଭୋଜନ ସମ୍ପୂର୍ଣ୍ଣ ରୂପେ ନିରାମିଷ ଥିଲା । ତାଙ୍କ ଖାଦ୍ୟ ତାଲିକାରେ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ ରହିଥିଲା । ୱେଲକମ୍ ଡ୍ରିଙ୍କସ ପରେ ଅଜୱିନି ପନିର୍ ଟିକା, ବାରବିକ୍ୟୁ ମସରୁମ୍ ସ୍କିୱେର୍ସ, ଡେଭିଲ୍ ସ୍ପ୍ରିଂ ରୋଲ୍, ଢୋକଲା ରହିଥିଲା ।

ସେହିପରି ସୁପ୍ ସହ ସାଲାଡ୍ ଥିଲା ରାତ୍ରଭୋଜନରେ । ମେନ୍ କୋର୍ସରେ ଥିଲା ମଟର ପନିର୍, ତାୱା ଭେଜିଟେବୁଲ୍, ମଲାଇ କୋଫତା କରି, ସନ୍ତୁଳା, ଜହ୍ନି ଆଳୁ ରାଇ, ଭେଣ୍ଡି ଭୁର୍ଜି, ଆଳୁ ମିଠି ମଧ୍ୟ ଥିଲା । ଏହା ସହ କିଛି ଗୁଜୁରାଟୀ ଖାଦ୍ୟ ମଧ୍ୟ ପରସା ଯାଇଥିବା ସୂଚନା ମିଳିଛି । ମୁଗ ଡାଲିର ଖେଚିଡ଼ି ସହ ଭେଜ୍ ଦମ୍ ବିରିୟାନୀ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି । ସେପଟେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଝିଅ – ବୋହୂ ପାଠ ପଢ଼ାଇଥିଲେ ପ୍ରଧାନମନ୍ତ୍ରୀ । ଡବଲ୍ ଇଞ୍ଜିନ ସରକାର ପରେ ପ୍ରଥମ କରି ରାଜ୍ୟ ବିଜେପି ଅଫିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଦ୍ଧଦ୍ୱାର ପାଠଶାଳା ହୋଇଥିଲା ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!