କୋଭିଡ୍ ପରିଚାଳାନାରେ ବ୍ୟାପକ ଅନିୟମିତତା । ବିଲ୍ ଯାଞ୍ଚ ନକରି କୋଭିଡ୍ ପରିଚାଳନା ଲାଗି ଘରୋଇ ହସ୍ପିଟାଲକୁ ଦିଆଯାଇଛି କୋଟି କୋଟି ଟଙ୍କା । ସିଏଜି ଧରିଲେ ଅନିୟମିତତା । ଖୋର୍ଦ୍ଧା ଓ କଟକ ଜିଲ୍ଲାର ୮ଟି ଘରୋଇ କୋଭିଡ୍ ହସ୍ପିଟାଲ୍ ବିଲ୍‌ରେ ଏହି ଅନିୟମିତତା ହୋଇଥିବା ଗତକାଲି ପ୍ରକାଶିତ ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି । ଭୁବନେଶ୍ୱରର ସମ୍ ହସ୍ପିଟାଲ୍, ହାଇଟେକ୍, ବ୍ଲୁ ହ୍ୱିଲ୍, କିଡସ୍ ହସ୍ପିଟାଲ୍, ସଞ୍ଜିବନୀ, ଆଦିତ୍ୟ ଅଶ୍ୱିନୀ ଏବଂ ସ୍ପର୍ଶ ହସ୍ପିଟାଲ୍ ସହ କଟକର ସନ୍ ହସ୍ପିଟାଲ୍‌ର କୋଭିଡ୍ ପରିଚାଳନା ବିଲ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି ।

ମୋଟ୍ ୧୪୪ କୋଟି ୮୮ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ବିନା ବିଲ୍ ଯାଞ୍ଚରେ ଏସବୁ କୋଭିଡ୍ ହସପିଟାଲଗୁଡିକର ବିଲ୍ ପାସ୍ କରିଥିଲେ ତତ୍କାଳୀନ ବିଜେଡି ସରକାର । ତେବେ ଏ ନେଇ ସଂପୃକ୍ତ ହସପିଟାଲ୍ କର୍ତ୍ତୃପକ୍ଷଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ । କୋଭିଡ୍ ହସପିଟାଲ୍ ବିଲ୍ ପୈଠ ଅନିୟମିତତାକୁ ନେଇ ସିଏଜି ରିପୋର୍ଟ ଆସିବା ପରେ ବିଜେଡି ସରକାରର ଘରୋଇ ହସପିଟାଲ ପ୍ରତି ଅହେତୁକ ଅନୁକମ୍ପା ପଦାରେ ପଡିଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!