ପୁରୀ ବ୍ଲୁ ଫ୍ଲାଗ ବିଚରେ ଅନୁଷ୍ଠିତ  ହୋଇଯାଇଛି ନୌସେନା ଦିବସ । ମୁଖ୍ୟଅତିଥି ଭାବେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ  ଏହାକୁ ଉଦଘାଟନ କରିଛନ୍ତି।  ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନାମାନେ ନିଜର ପରାକ୍ରମ ଦେଖାଇଥିଲେ।

ପ୍ରଥମ କରି ପୁରୀରେ ପାଳିତ ହୋଇଛି  ନୌସେନା ଦିବସ । ୩୦ ହେଲିକ୍ପଟର , ୫ ଯୁଦ୍ଧ ବିମାନ ଓ ଗୋଟିଏ ବୁଡା ଜାହାଜ ଏଥିରେ ସାମିଲ ହୋଇଛି । ଜଳ ଓ ଆକାଶ ପଥରେ ପରାକ୍ରମ ଦେଖାଇଥିଲେ ନୌବୀର।   ବିଭିନ୍ନ   ଯୁଦ୍ଧ କୌଶଳ ନୌସେନା ପ୍ରଦର୍ଶନ କରିଥିଲେ। ଆକାଶରେ ପଇଁତରା ମାରିଥିଲା ଯୁଦ୍ଧ ବିମାନ।   ଦମ୍ ଦେଖାଇଥିଲା ଲଢୁଆ ହେଲିକପ୍ଟର। ଆକାଶରେ ତ୍ରିରଙ୍ଗା ଉଡାଇଥିଲେ ମାର୍କୋସ । କମାଣ୍ଡୋଙ୍କ ଦ୍ବାରା ଆତଙ୍କି ମୁକାବିଲାର ପ୍ରଦର୍ଶନ କରାଯାଇଥିଲା।

ସୂର୍ଯ୍ୟାସ୍ତରେ ନୌସେନା ପକ୍ଷରୁ ସନସେଟ୍ କାର୍ଯ୍ୟକ୍ରମ ଆୟୋଜନ ହେବା ସହ ଜାତୀୟ ପତାକା ଓ ନୌସେନା ପତାକା ଅର୍ଦ୍ଧନିର୍ମିତ କରାଯାଇଥିଲା। ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ସମାରୋହକୁ ସମ୍ବୋଧିତ  କରିଥିଲେ। ଏହି ଅବସରରେ  ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।   ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମନ୍ତ୍ରୀ, ବିଧାୟକମାନେ ଯୋଗ ଦେଇଥିଲେ। ନୌବୀରଙ୍କ  ଚିତ୍ତାକର୍ଷକ   କୌଶଳ  ଦେଖିବା ପାଇଁ ପୁରୀ ବେଳାଭୂମିରେ  ଦର୍ଶକଙ୍କ ପ୍ରବଳ ଭିଡ ଜମିଥିଲା।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!