ରାହୁଲ ଗାନ୍ଧୀଙ୍କୁ ଅଟକାଇଲା ପୋଲିସ

ହିଂସା ଅଧ୍ଯୁଷିତ ଉତ୍ତରପ୍ରଦେଶ ସମ୍ଭଲକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଗସ୍ତ। ତେବେ ଦିଲ୍ଲୀ ଓ ନୋଏଡା ମଧ୍ଯସ୍ତ ଘାଜିପୁର ସୀମାରେ ରାହୁଲ ଟିମକୁ ଅଟକାଇଛି ପୋଲିସ। ବିବାଦୀୟ ମସଜିଦ ପ୍ରସଙ୍ଗକୁ କେନ୍ଦ୍ର କରି ଗତ କିଛି ଦିନ ଧରି ସମ୍ଭଲରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ରାଜ୍ଯ ସରକାର ଶାନ୍ତି ଫେରାଇଆଣିବାରେ ବିଫଳ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ଗସ୍ତ କରୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ। ଗସ୍ତକୁ ନେଇ ଘାଜିପୁର ସୀମାରେ କଡାସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି। ସେପଟେ ହିଂସାକାଣ୍ଡକୁ ନେଇ ୪ ଜଣ ବ୍ଯକ୍ତିଙ୍କ ମୃତ୍ଯୁ ହେବା ପରେ ସମ୍ଭଲରେ ନିଷେଧାଦେଶ ଜାରି କରାଯାଇଛି।

ଏହି ହିଂସାକାଣ୍ଡକୁ ନେଇ ସ୍ଥାନୀୟ ସମାଜବାଦୀ ପାର୍ଟି ସାଂସଦ ଜିଆ ଉର ରେହମାନ, ସମାଜବାଦୀ ପାର୍ଟି ବିଧାୟକ ମହମ୍ମଦଙ୍କ ପୁଅ ସୋହେଲ ଇକବଲଙ୍କ ସମେତ ୭୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆସନ୍ତା ଡିସେମ୍ବର ୩୧ ଯାଏ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ପ୍ରଶାସନ। ପୂର୍ବରୁ ସମାଜବାଦୀ ପାର୍ଟିର ଏଖ ପ୍ରତିନିଧି ଦଳ ଉପରେ ରୋକ ଲଗାଇଥିଲା ଜିଲ୍ଲା ପ୍ରଶାସନ। ରାହୁଲଙ୍କ ସହ ଉତ୍ତରପ୍ରଦେଶର ୫ଜଣ ସାଂସଦ ବି ସମ୍ଭଲ ଗସ୍ତ କରୁଥିବା ସୂଚନା ମିଳିଛି। ସେପଟେ କଂଗ୍ରେସ ପ୍ରତିନିଧି ଦଳକୁ ଅଟକାଇବା ଲାଗି ଗୌତମବୁଦ୍ଧ ନଗର ଓ ଘାଜିଆବାଦ ପୋଲିସ କମିଶନର ଏବଂ ଅମରୋହା ଓ ବୁଲନ୍ଦ ସହର ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ମାଜିଷ୍ଟ୍ରେଟ ରାଜେନ୍ଦ୍ର ପେନସିଆ ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!