୧ଲକ୍ଷ ୭୭ ହଜାରରୁ ଅଧିକ ଅଛନ୍ତି ଭୂତ ରାସନକାର୍ଡ ହିତାଧିକାରୀ

E-KYC ଦ୍ବାରା ରାଜ୍ୟରେ ଧରା ପଡ଼ିଛନ୍ତି ଲକ୍ଷେ ୭୭ ହଜାରରୁ ଅଧିକ ଭୂତ ରାସନକାର୍ଡ ହିତାଧିକାରୀ। ଆସେମ୍ଲିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ଉତ୍ତର ସମସ୍ତଙ୍କୁ ତାଜୁବ କରିଛି। ମନ୍ତ୍ରୀ କହିଛନ୍ତି ଇଏ ମାତ୍ର ଗୋଟିଏ ଜିଲ୍ଲାର ରିପୋର୍ଟ, ସବୁ ତଥ୍ୟକୁ ମିଶାଇଲେ ଏ ହିସାବ ୨୦ଲକ୍ଷ ଟପି ପାରେ। ଏଣେ ମଲା ଲୋକଙ୍କ ନାଁରେ ବର୍ଷ ବର୍ଷ ଧରି ଚାଉଳବୁହା ଚାଲିଥିବାବେଳେ ପ୍ରକୃତ ହିତାଧିକାରୀ କିନ୍ତୁ ବର୍ଷ ବର୍ଷ ଧରି ରାସନକାର୍ଡ ପାଇଁ ପଞ୍ଚାୟତରୁ ବ୍ଲକ୍ ଯାଏଁ ଦୌଡ଼ି ଦୌଡ଼ି ଥକି ପଡୁଛନ୍ତି ।

ଭୂତ ଖାଉଛନ୍ତି ରାସନ । ସତ ଧରିଛି ଇ-କେୱାଇସି । ମଲା ଲୋକଙ୍କ ନାଁରେ ବୁହା ଚାଲିଛି ସରକାରୀ ଚାଉଳ । ଦିନେ କି ମାସେ ନୁହେଁ ବର୍ଷ ବର୍ଷ ଧରି ବେଧଡ଼କ୍ ଚାଲିଛି ଏ ପ୍ରକ୍ରିୟାରାଜ୍ୟରେ ୧ ଲକ୍ଷ ୭୭ ହଜାର ୬୮ ଜଣ ମୃତ ରାସନକାର୍ଡ ହିତାଧିକାରୀ ଚିହ୍ନଟ ହୋଇଥିବା ନେଇ ବିଧାନ ସଭାରେ ଖୋଦ୍ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ଉତ୍ତର ସମସ୍ତଙ୍କୁ ଚକିତ କରିଛି। ବାଲେଶ୍ବର ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି E-KYC ପ୍ରକ୍ରିୟାରୁ କେବଳ ଗୋଟିଏ ଜିଲ୍ଲାରୁ ଏତିକି ଭୂତ ରାସନକାର୍ଡ ଚିହ୍ନଟ ହୋଇଛନ୍ତି, ଯଦି ସବୁ ଜିଲ୍ଲାର ରିପୋର୍ଟକୁ ହିସାବକୁ ନିଆଯାଏ ତାହାଲେ ଏ ସଂଖ୍ୟା ୨୦ ଲକ୍ଷ ଟପି ଯାଇପାରେ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!