ପୁଣି ବିବାଦରେ ଫସିଛନ୍ତି ବିଜେଡି ନେତା ବବି ଦାସଙ୍କ ଭାଇ। ଯାଜପୁର ଟାଉନ ଥାନାରେ ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ନାମରେ ମାମଲା। ବିରଜା ହାଟ ପ୍ରସଙ୍ଗକୁ ନେଇ ହଙ୍ଗାମା ପରେ ଭବପ୍ରସାଦ ଦାସଙ୍କ ନାଁରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି । ରାସ୍ତାରୋକ ସହ ବିରଜା ହାଟରେ ବ୍ୟବସାୟୀଙ୍କୁ ଆକ୍ରମଣ ଅଭିଯୋଗ ଅନୁସାରେ ଏହି ମାମଲା ରୁଜୁ ହୋଇଛି । ଭବ ପ୍ରସାଦ ଦାସଙ୍କ ସମେତ ଯାଜପୁର ପୌର ଉପାଧ୍ୟାକ୍ଷ ସନ୍ତୋଷ ମଲ୍ଲିକ ଓ କିଛି ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ବିରଜା ହାଟରେ ବ୍ୟବସାୟୀଙ୍କୁ ଟଣାଓଟରା ନେଇ ତିନି ଜଣ ବ୍ୟବସାୟୀ ଥାନାରେ ଏତଲା ଦେଇଥିଲେ । ସେହିପରି ବିନା ଅନୁମତିରେ ରାସ୍ତାରୋକ ନେଇ ପୁଲିସ ନିଜ ଆଡୁ ଭବ ପ୍ରସାଦ ଦାସଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡିଛି ।

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ପରେ ବିବାଦୀୟ ହୋଇପଡିଥିଲେ ଭବ ପ୍ରସାଦ ଦାସ । ଏହାପରେ ବିରଜା ହାଟ ପ୍ରସଙ୍ଗରେ ବ୍ୟବସାୟୀଙ୍କୁ ଟଣାଓଟରା କରିଥିବା ଅଭିଯୋଗ ନେଇ ଏବେ ଚାରି ଚାରିଟି ମାମଲା ରୁଜୁ ହୋଇଛି ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!