ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ ଓରଫ ଲଲ ଗିରଫ। ଭବ ପ୍ରକାଶଙ୍କୁ ଗିରଫ କଲା ଯାଜପୁର ଟାଉନ୍ ଥାନା ପୋଲିସ। ଗିରଫ ପରେ ତାଙ୍କୁ SDJMଙ୍କ ବାସଭବନକୁ ଅଣାଯାଇଛି। ଗତକାଲି ହାଟର ଜଣେ ବ୍ୟବସାୟୀଙ୍କୁ ଧମକ ଦେବା ଅଭିଯୋଗରେ ଭବଙ୍କ ନାଁରେ ଏତଲା ଦିଆଯାଇଥିଲା । ଯାଜପୁର ଥାନାରେ ଜଣେ ବ୍ୟବସାୟୀ ଏତଲା ଦେଇଥିଲେ । ଭବଙ୍କ ସହଯୋଗୀ ଧମକ ଦେବା ସହ ମାଡ଼ ମାରିବା ଅଭିଯୋଗ ବି ଆଣିଥିଲେ । ଏମିତି କି ମାଡ଼ ମାରି ଟଙ୍କା ଛଡ଼ାଇ ନେଇଥିବା ବ୍ୟବସାୟୀ ଜଣକ ଏତଲାରେ ଦର୍ଶାଇଥିଲେ।
ତେବେ ନଭେମ୍ବର ୨୦ରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ମରଣାନ୍ତଙ୍କ ଆକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ବିରଜା ପ୍ରକଳ୍ପ ପାଇଁ ଆନ୍ଦୋଳନ ବେଳେ ରାସ୍ତା ଉପରେ ଉପଦ୍ରବୀଙ୍କ ଆତଙ୍କରାଜ…ଠେଙ୍ଗାବାଡ଼ି ଧରି ବିଧାୟକଙ୍କ ଗାଡ଼ି ଉପରେ ହମଲା, ଭଙ୍ଗାରୁଜା କରିଥିଲେ । ଗାଡ଼ି ଭିତରେ ଆତଙ୍କିତ, ଅସହାୟ ହୋଇପଡ଼ିଥିଲେ ବିଧାୟକ । ୨୦ରୁ ୨୫ ମିନିଟ୍ ଧରି ଯେମିତି ଅସୁରକ୍ଷିତ ଥିଲା ପୂରା ଅଞ୍ଚଳ । ପୋଲିସ୍ ପହଞ୍ଚିବାରେ ଆଉ ଟିକେ ବିଳମ୍ବ ହୋଇଥିଲେ ହୁଏତ କିଛି ବି ହୋଇ ପାରିଥାନ୍ତା ।

