ପୁଣିଥରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଆଳୁଗାଡ଼ିକୁ ଅଟକା ଯାଇଛି । ଯାଞ୍ଚ କରିବା ବାହାନାରେ ପଶ୍ଚିମବଙ୍ଗ ଅଧିକାରୀ ଆଳୁଗାଡ଼ିଗୁଡ଼ିକୁ ଅଟକାଇଛନ୍ତି । ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ଠାରୁ ପ୍ରାୟ ୨୫ କିଲୋମିଟର ଦୂର ବେଲଦାରେ ଓଡ଼ିଶାକୁ ଆସୁଥିବା ଆଳୁଗାଡ଼ିକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଅଟକାଇଛନ୍ତି। ଏକ ମୌଖିକ ନିର୍ଦ୍ଦେଶ ପରେ ଏଭଳି କରାଯାଇଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।

ଏନେଇ ପଶ୍ଚିମବଙ୍ଗ ଅଧିକାରୀଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପଶ୍ଚିମବଙ୍ଗ ସରକାରଙ୍କ ଅନୁମତି ପରେ ହିଁ ଆଳୁ ଟ୍ରକ୍ ଓଡ଼ିଶାରେ ପ୍ରବେଶ କରିବ ବୋଲି ଟ୍ରକ୍ ଡ୍ରାଇଭର କହିଛନ୍ତି । ଗତ ରାତି ଅଧରୁ ଆଳୁ ଟ୍ରକ୍ ଅଟକାଯିବା କାରଣ ସ୍ପଷ୍ଟ ହୋଇନାହିଁ । ଆଳୁଗାଡ଼ିଗୁଡିକୁ ପଶ୍ଚିମବଙ୍ଗ ପୁଲିସ ଜଗି ରହିଥିବା କୁହାଯାଉଛି। ଫଳରେ ଅନୁମତି ନ ପାଇ ବେଲଦା ନିକଟରେ  ଶହଶହ ଆଳୁ ଟ୍ରକ ଅଟକି ରହିଛି। ପଶ୍ଚିମବଙ୍ଗ ଅଳୁ ଗାଡ଼ି ନ ଛାଡିଲେ ଓଡ଼ିଶାରେ ଆଳୁ ଦର ବଢିବାର ଆଶଙ୍କା ଉପୁଜୁଛି । ଏହା ସହିତ ରାଜ୍ୟରେଆଳୁ ସଙ୍କଟ ମଧ୍ୟ ଦେଖାଯିବାର ଆଶଙ୍କା କରାଯାଉଛି।

ପଡୋଶୀ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କଲା ପଶ୍ଚିମବଙ୍ଗ। ସୀମାନ୍ତ ପୋଲିସକୁ ସଜାଗ କରାଇଲେ ମମତା ସରକାର । ଅନୁମତି ନପାଇ ବେଲଦା ନିକଟରେ ଅଟକିଛି ଶହ ଶହ ଆଳୁ ଟ୍ରକ। ଓଡ଼ିଶାକୁ ଆଳୁ ନେଇ ଆସିବା ବେଳେ ୬୦ନମ୍ବର ଜାତୀୟ ରାଜପଥ ବେଲଦା ନିକଟରେ ଅଟକାଇଛି ପଶ୍ଚିମବଙ୍ଗ ପ୍ରଶାସନ । ପଶ୍ଚିମବଙ୍ଗ ରେ ଆଳୁ ଦର ହ୍ରାସ ନ ପାଇବା ପର୍ଯ୍ୟନ୍ତ ରପ୍ତାନୀ ବନ୍ଦ ରହିବା ନେଇ ସୂଚନା ମିଳିଛି ।
ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବାନ୍ନାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ଟୋଲ୍ ଗେଟରେ ଯାଞ୍ଚ୍ କରାଯାଇଛି। ଫଳରେ ଆନ୍ତଃରାଜ୍ୟ ସୀମା ଦେଇ ଆଳୁ ଅନ୍ୟ ରାଜ୍ୟକୁ ବନ୍ଦ କରାଯାଇଛି ।

ପଶ୍ଚିମବଙ୍ଗ ସୀମାରେ ଆଳୁ ଗାଡ଼ି ଅଟକିବା ପ୍ରସଙ୍ଗରେ ବ୍ୟବସାୟୀ ମହାସଙ୍ଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି,କାଲି ପଶ୍ଚିମବଙ୍ଗ ସରକାର ମୌଖିକ ନିର୍ଦ୍ଦେଶ ଜାରି କରିଥ‌ିଲେ। ସବୁ ସୀମାରେ ଆଳୁ ଗାଡ଼ି ଅଟକା ଯାଇଛି, ଛଡ଼ା ଯାଉନାହିଁ। ଓଡ଼ିଶା ସରକାର ଏନେଇ ତୁରନ୍ତ  ନିଷ୍ପତ୍ତି ଗ୍ରହଣ କରି ଏହାର ସମାଧାନର ବାଟ ନିଶ୍ଚିତ କରନ୍ତୁ ଯାହାଦ୍ବାରା ସୀମାରେ ଅଟକି ରହିଥିବା ଆଳୁଗାଡ଼ି ଓଡ଼ିଶା ଭିତରକୁ ଆସି ପାରିବ ବୋଲି ସେ କହିଛନ୍ତି।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!