IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ESI ବିଭାଗର ପ୍ରମୁଖ ସଚିବ ନିଯୁକ୍ତ ହୋଇଛନ୍ତି। ଯାମିନୀ ଷଡ଼ଙ୍ଗୀ ହେଲେ ସିଟି GST କମିଶନର। ସୁଧାଂଶୁ ମୋହନ ସାମଲଙ୍କୁ OMC ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବେର ନିଯୁକ୍ତି ଦେଇଛନ୍ତି ସରକାର। OMC MD ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ବଲୱନ୍ତ ସିଂ ହଟିଛନ୍ତି। ଇନ୍ଦ୍ରମଣି ତ୍ରିପାଠୀ ହେଲେ ଶ୍ରମ କମିଶନର। ଏବେ ବିଜୟ ଅମୃତ କୁଲାଙ୍ଗେ ଶ୍ରମ କମିଶନର ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।

