ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଆରମ୍ଭ ହେବ ମରାମତି କାମ । ଏଥିପାଇଁ ଦ୍ୱାର ଫିଟା ନୀତି ରାତି ୨ଟାରୁ ଆରମ୍ଭ ହେବ । ଦିନ ଗୋଟାଏରୁ ସଂଧ୍ୟା ୫ଟା/୬ଟା ଯାଏଁ ଚାଲିବ କାମ ।

ଶନିବାର, ରବିବାର ଓ ବିଶେଷ ଦିନରେ ମରାମତି ନ କରିବାକୁ ପରାମର୍ଶ ଦିଆଯାଇଛି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦିନ ୧ଟାରୁ ସଂଧ୍ୟା ୫/୬ଟା ଯାଏଁ ମରାମତି କାମ ହେବ । ମରାମତି ଦିନ ମାନଙ୍କରେ ବାହାର କାଠ ନିକଟରୁ ଦର୍ଶନ କରିବେ ଭକ୍ତ । ମରାମତି କାମ ୩ ମାସ ମଧ୍ୟରେ ସାରିବାକୁ ଏଏସଆଇ କହିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

Post Views76 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!