ଉତ୍ତରପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ । ଆସନ୍ତାକାଲି ସକାଳ ସୁଦ୍ଧା ୟୁପି ଆଳୁ ଓଡ଼ିଶାରେ ପହଞ୍ଚିବ । ଫଳରେ ରାଜ୍ୟରେ ଆଉ ରହିବନି ଆଳୁ ସଂକଟ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅସାଧୁ ବ୍ୟବସାୟୀଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ମନ୍ତ୍ରୀ । ଅଧିକ ଦରରେ ଆଳୁ ବିକ୍ରି କଲେ ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ।

ସେପଟେ ମଙ୍ଗଳବାରଠୁ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀଙ୍କ ଆନ୍ଦୋଳନ ଡାକରା ଉପରେ ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି । ତାଙ୍କର ଚାହିଦା ଅତି ବେଶୀରେ ୫ ଲକ୍ଷ ମେଟ୍ରିକ ଟନ୍ । ତେଣୁ ବାକି ୨ ଲକ୍ଷ ମେଟ୍ରିକ ଟନ୍ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ଦେଇପାରିବେ । କିନ୍ତୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଉନଥିବାରୁ ବ୍ୟବସାୟୀ କ୍ଷତି ସହିବେ । ସେଥିପାଇଁ ପଶ୍ଚିମବଙ୍ଗର ବ୍ୟବସାୟୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପଶ୍ଚିମବଙ୍ଗ ବ୍ୟବସାୟୀ ଓଡ଼ିଶାକୁ ଆଳୁ ପଠାଇବା ପାଇଁ ଚାହୁଁଛନ୍ତି । କିନ୍ତୁ ସେଠାକାର ସରକାର ଅନୁମତି ଦେଉନାହାନ୍ତି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!