ଜାଣନ୍ତୁ କାହିଁକି ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି

ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି । ଗଲା ପ୍ରାୟ ୪ ବର୍ଷ ଭିତରେ ରାଜ୍ୟରେ ଅନାଦେୟ ପଡ଼ିଥିବା ୧୨ ଶହ ୧୫ କୋଟି ଟଙ୍କା ଚାଲାଣ ବାବଦ ଅର୍ଥ ଆଦାୟ ପାଇଁ ୱାନ୍ ଟାଇମ୍ ସେଟଲମେଣ୍ଟ ବା OTSର ପରିକଳ୍ପନା କରୁଛନ୍ତି ସରକାର । ଯଦି ଏପରି ହୁଏ, ତେବେ ଅନାଦେୟ ଫାଇନ୍ ଗଣିବାକୁ ଥିବା ଗାଡ଼ି ମାଲିକଙ୍କ ଜରିମାନା ରାଶି ଅନେକାଂଶରେ କମିଯିବା ଅନୁମାନ କରାଯାଉଛି । E-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କ ପାଇଁ ଆଶ୍ୱସ୍ତିକର ଖବର । ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ ଅର୍ଥ ପେମେଣ୍ଟ କରିନଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ବଡ଼ ନିସ୍ତାର ।

ପରିବାହନ ବିଭାଗର ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ଇ-ଚାଲାଣ ବାବଦକୁ ଆଦାୟ ହୋଇ ନପାରି ପଡ଼ି ରହିଛି ୧୨ ଶହ ୧୫ କୋଟି ଟଙ୍କା । ୨୯ ଲକ୍ଷ ୭୭ ହଜାର ୭୧୮ଟି ଇ-ଚାଲାଣ ବାବଦକୁ ପରିବହନ ବିଭାଗରେ ଜରିମାନା ଦାଖଲ କରି ନାହାନ୍ତି ଗାଡ଼ି ମାଲିକ । ଏତେ ପରିମାଣର ଅନାଦେୟ ଜରିମାନା ଅର୍ଥ ଆଦାୟ କରିବାକୁ ଏବେ ୱାନ୍ ଟାଇମ୍ ସେଟେଲମେଣ୍ଟ ବା OTS ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!