ଜୟନାରାୟଣ ମିଶ୍ରଙ୍କ ତଡ଼ାଖିଆ ଉପାଖ୍ୟାନ ପରେ ବଢିଲା ବୟାନବାଜି । ଏହି ମୌକାରେ ବିଜେଡି କହିଛି, କେଉଁଠି ଗୋଷ୍ଠୀ କନ୍ଦଳ ତୀବ୍ର ତାହା ଜଣା ପଡିଲାଣି । ଏବେ ସେଠି ନିଆଁ ଲାଗିସାରିଲାଣି । କିନ୍ତୁ ବିଜେପିର ଯୁକ୍ତି ଜୟ ନାରାୟଣଙ୍କ କଥାକୁ କଦର୍ଥ କରୁଛି ବିଜେଡି । ବିଜେପି ନୁହଁ ବିଜେଡି ସଫା ହୋଇଯିବ । ଜୟନାରାୟଣଙ୍କ ବୟାନ, ବିରୋଧୀଙ୍କ ପାଇଁ ଇନ୍ଧନ । ତେଜିଲା ରାଜନୀତି, ଘନେଇଲା ବୟାନବାଜି ।
ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱର୍ଗତ ସମୀର ଦେଙ୍କ ସ୍ମୃତି ସଭାରେ ଜୟନାରାୟଣ ଦେଇଥିବା ବୟାନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା । ନିଜକୁ ତଡ଼ାଖିଆ ଓ ସାଇଡ୍ ଲାଇନ୍ ନେତା କହିବା ସହ ତାଙ୍କ ପଛରେ ଜଣେ ଲୋକକୁ ପାର୍ଟି ସବୁବେଳେ ଲଗାଉଥିବା ଖୋଲା ମଞ୍ଚରେ ଭାଷଣ ରଖିଥିଲେ । ସେପଟେ କିନ୍ତୁ ଜୟନାରାୟଣଙ୍କ କଥାର ଅର୍ଥ ତାହା ନଥିବା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

