ମଞ୍ଚ ଉପରେ ଜୀଅନ୍ତା ଘୁଷୁରି ଖାଇଗଲେ, ବିଷଧର ସାପ ଖେଳାଇଲେ। ଶୁଣିବା ମାତ୍ରକେ ଦେହ ଶିହରି ଉଠୁଥିଲେ ବି ବିଡ଼ମ୍ବନା, ଜୀବନ୍ତ ଅଭିନୟ ଆଳରେ ମଞ୍ଚ ଉପରେ ପଶୁ ପ୍ରତି କଳାକାରଙ୍କ କ୍ରୁର ପ୍ରଦର୍ଶନ ଦେଖିବାକୁ ମିଳିଛି ଆମରି ରାଜ୍ୟରେ। ଗଞ୍ଜାମ ହିଞ୍ଜିଳି ବ୍ଲକ୍ ରାଳବ ଗାଁରେ। ନାଟକର ଦୃଶ୍ୟ ଭାଇରାଲ୍ ହେବା ପରେ ଏବେସବୁଠି ଉଦବେଗ। ତେଜିଛି ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବି।
ନୃଶଂସତାର ଶେଷ ସୀମା । ବର୍ବର…ବିଭତ୍ସ…ମଞ୍ଚ ଉପରେ କଳା ନାଁରେ କଳଙ୍କ ବୋଳି ଦେଲେ କଳାକାର। ଘଟଣାର ବର୍ଣ୍ଣନା ବି ହୁଏତ ଆପଣଙ୍କୁ ବିଚଳିତ କରିପାରେ। ହେଲେ ଜୀବନ୍ତ ଅଭିନୟର ନିଶା ଏମିତି ଚଢ଼ିଛି ଯେ ମଣିଷତ୍ବର ସବୁ ସୀମା ଯେମିତି ଟପିଯାଇଛନ୍ତି କଳାକାର। ଏମିତି ଘଟିଛି ଗଞ୍ଜାମ ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ରାଳବ ଗାଁର ଯାତ୍ରାମଂଚ। ରାମାୟଣ କଥାବସ୍ତୁ ଉପରେ ନାଟକ। କିନ୍ତୁ ବୀରାୟୁଧ ରାକ୍ଷସର କ୍ରୁରତାକୁ ଜୀବନ୍ତ କରିବାକୁ ଯାଇ ଅସୁରବେଶୀ କଳାକାର କେତେବେଳେ ବିଷଧର ସାପ ଖେଳାଉଥିଲେ, ତ ପୁଣି ରାକ୍ଷସଠୁ ବଳି ମଂଚ ଉପରେ ଜୀଅନ୍ତା ଘୁଷୁରିକୁ କଲବଲ କରି ଖାଇଲେ। ପୁଣି ଜଣେ ନୁହେଁ, ଦୁଇ ଜଣ ନୁହେଁ ରାକ୍ଷସ ଅଭିନୟରେ ଥିବା 5ରୁ 6 କଳାକାର। ସବୁଠୁ ଉଦବେଗର କଥା ନାଟକ ପ୍ରଦର୍ଶନ ଆଳରେ ମଂଚ ଉପରେ ଏ ଜଘନ୍ୟ କାଣ୍ଡ ଚାଲିଥିଲେ ବି ଉପସ୍ଥିତ ଦର୍ଶକ ଯେମିତି ନିରବଦ୍ରଷ୍ଟା ସାଜିଥିଲେ, ଉପଭୋଗ କରି ଚାଲିଥିଲେ। ଆଉ ଏବେ ଭିଡିଓଟି ଭାଇରାଲ୍ ହେବା ପରେ ସବୁଠି ଉଦବେଗ ଛି ଛି।

