କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ା ପ୍ରସ୍ତୁତି ଅନୁଧ୍ୟାନ । ଗର୍ଭଗୃହରୁ ବାଲି କାଢ଼ିବାର ପ୍ରସ୍ତୁତି ଅନୁଧ୍ୟାନ କଲେ ASIର ୧୫ଜଣିଆ ଟିମ୍ । କିଭଳି ଭାବେ ସୂର୍ଯ୍ୟ ମନ୍ଦିରକୁ ସୁରକ୍ଷା ଦିଆଯିବ ସେନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି । ସୂର୍ଯ୍ୟ ମନ୍ଦିରରୁ ବାଲି କଢ଼ାଯିବା ନେଇ ନିଷ୍ପତ୍ତି ପରେ ଗତ ସେପ୍ଟେମ୍ବର ମାସ ୨୦୨୨ ମସିହାରୁ ଏଏସଆଇ ଓ ବିଡିଆର ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ତିନି ବର୍ଷ ଲକ୍ଷ ଧାର୍ଯ୍ୟ କରାଯାଇଥିଲା ।
ହେଲେ ଏହା ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ବିତି ଯାଇଥିବା ବେଳେ ଆଜି ଏଏସଆଇର ୧୫ ଜଣିଆ ବିଶେଷଜ୍ଞ ଦଳ ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି। କିପରି ବାଲି କଢ଼ାଯିବ ଏବଂ କେମିତି ମନ୍ଦିରରେ କୌଣସି ପ୍ରଭାବ ପଡିବ ନାହିଁ ସେଥିପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଛି ।

