ସ୍ବାଭାବିକ ହୋଇନି ୧୦୮ ଆମ୍ବୁଲାନ୍ସ ସେବା

ସ୍ବାଭାବିକ ହୋଇନାହିଁ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ । ଆଜି ବି ଜାରି ରହିବ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ। ପ୍ରଭାବିତ ହେବ ରୋଗୀ ସେବା । କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ବିଷୟରେ କିଛି ନିଷ୍ପତ୍ତି ହୋଇନଥିବାରୁ ଅଫରୋଡ ମୋଡରେ ରୋଗୀସେବା ଯୋଗାଇ ଦେବାକୁ ସଂଘ ନିଷ୍ପତ୍ତି ନେଇଛି ।

ସେପଟେ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ରାଜ୍ୟବ୍ୟାପୀ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସ୍ଥାୟୀ ନିଯୁକ୍ତି, ବକେୟା ଦରମା ପ୍ରଦାନ, ଗ୍ରାଚ୍ୟୁଇଟି ପ୍ରଦାନ, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଆଦି ୭ ଦଫା ନେଇ ଜିପିଏସ ବଟନ ଅଫ କରି ଅଫରୋଡ୍ ମୋଡରେ ଆମ୍ବୁଲାନ୍ସ ଚଳାଉଛନ୍ତି ।

ଗ୍ରାଚ୍ୟୁଇଟି ପାଇଁ ପୂର୍ବ ଠିକା ସଂସ୍ଥା ସହ ଆଲୋଚନା କରାଯାଇଥିବା କହିଛନ୍ତି ୧୦୮ ଆମ୍ବୁଲାନ୍ସ ସର୍ଭିସ ରାଜ୍ୟ ମୁଖ୍ୟ। ସେପଟେ ଆମ୍ବୁଲାନ୍ସ ଏକ ଜରୁରୀକାଳୀନ ସେବା ହୋଇଥିବାରୁ ଏଥିରେ ଖିଲାପ ହେଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Post Views44 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!