ଲୁଟ୍ କରିବା ପରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା!

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଟିକାୟତପାଲି ଥାନା ଝିର୍ଡାପାଲି ଅଞ୍ଚଳରେ ଅଭବନୀୟ ଘଟଣା ଲୁଟ୍ କରିବା ପରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ।

୨ ଜଣ ଦୁର୍ବୃତ୍ତ ଏହି ଗୁଳିକାଣ୍ଡ କରିଥିବା ପରିବାର ଲୋକେ ଦେଖିଛନ୍ତି । ତେବେ ଏହି ଘଟଣାରେ କେତେଜଣ ସଂପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଗୁଳିମାଡ଼ରେ ଗୁରୁତର ମହିଳାଙ୍କୁ ସୁନ୍ଦରଗଡ଼ ହସ୍ପିଟାଲ ନିଆଯାଇଥିଲା । ତେବେ ସେଠାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ମହିଳାଙ୍କ ବାମ ଛାତିରେ ଗୁଳି ବାଜିଛି ।

ଲୁଟ ଉଦ୍ଦେଶ୍ୟରେ ଆସି ଗୁଳିମାଡ଼ ହୋଇଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇ ପୋଲିସ ଘଟଣାର ତଦନ୍ତ କରୁଛି ।

Post Views25 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!