୨୦୨୧ରେ ଆଦାନୀ ଗ୍ରୁପ୍ ସ୍ଥାନୀୟସ୍ତରରେ ସୋଲାର ସେଲ୍ ଏବଂ ମୋଡ୍ୟୁଲାର ପ୍ଲାଣ୍ଟଗୁଡ଼ିକୁ ବ୍ୟବହାରକରି ଉତ୍ପାଦିତ ୮,୦୦୦ ମେଗାଓ୍ବାଟ୍ (୮ ଜିଡବ୍ଳ୍ୟୁ) ବିଦ୍ୟୁତ୍ ଶକ୍ତି ଭାରତର ୫ ରାଜ୍ୟକୁ ଯୋଗାଣ ପାଇଁ ଏକ ଠିକା ପାଇଥିଲା। କେନ୍ଦ୍ର ସରକାରଙ୍କ ସୋଲାର ଏନର୍ଜି କର୍ପୋରେଶନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏସ୍ଇସିଆଇ) ଏହି ଠିକା ପ୍ରଦାନ ପାଇଁ ୨୦୨୧ ଜୁଲାଇରୁ ଡିସେମ୍ବର ମଧ୍ୟରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଛତିଶଗଡ଼, ତାମିଲନାଡୁ ଓ କେନ୍ଦ୍ର ଶାସନାଧୀନ ଜମ୍ମୁ-କଶ୍ମୀର ସରକାରଙ୍କ ସହ ବିକ୍ରି ଚୁକ୍ତିନାମାରେ ସ୍ବାକ୍ଷର କରିଥିଲା।

ହେଲେ ରାଜ୍ୟଗୁଡ଼ିକ ପାଇଁ ଏହି ବିଦ୍ୟୁତ୍ ମହଙ୍ଗା ଥିବାରୁ ଆଦାନୀ ଗ୍ରୁପ୍ ଦ୍ୱାରା ଲାଞ୍ଚ ଦେଇ ସନ୍ତୁଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ଆଦାନୀ ଗ୍ରୁପ୍ ଆମେରିକାର ନିବେଶକଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି।

ଏନେଇ ଆମେରିକାର ନ୍ୟାୟ ବିଭାଗ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀଙ୍କ ସମେତ ଅନ୍ୟ ୬ ଜଣଙ୍କ ବିରୋଧରେ ଲାଞ୍ଚ ଦେବା ଓ ଷ୍ଟକ୍ସ ଜାଲିଆତି ନେଇ ଦୁଇଟି ପୃଥକ୍ ଅଭିଯୋଗ ଆଣିଥିବାବେଳେ ନ୍ୟୁୟର୍କସ୍ଥିତ ଏକ କୋର୍ଟରେ ଆପରାଧିକ ମାମଲା ଦାଏର କରିଛି। ସେହିପରି ଆମେରିକାର ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଚ କମିଶନ (ଏସ୍ଇସି) ଗୌତମ ଓ ସାଗରଙ୍କ ସମେତ ଏହି ଠିକା ପ୍ରଦାନ ପାଇଁ ଅନୁକୂଳ ବାଟ ବାହାର କରିଥିବା ଆଜ୍ୟୁର ପାଓ୍ବାର ଏକ୍ଜିକ୍ୟୁଟିଭ୍ଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିଲାଗି ଆମେରିକାରେ ଆଦାନୀ ଏବଂ ଅନ୍ୟ ଅଭିଯୁକ୍ତଙ୍କ ନଁାରେ ଗିରଫ ପରଓ୍ବାନା ଜାରି ହୋଇଛି।
ଅଭିଯୋଗ ଅନୁଯାୟୀ, ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀ ୨୦୨୧ରେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗନ୍ମୋହନ ରେଡ୍ଡୀଙ୍କୁ ଭେଟି ୭,୦୦୦ ମେଗାଓ୍ବାଟ୍ ବିଦ୍ୟୁତ୍ କିଣିବା ପାଇଁ ରାଜି କରାଇଥିଲେ। ଆନ୍ଧ୍ର ଅଧିକାରୀମାନେ ମେଗାଓ୍ବାଟ୍ ପିଛା ୨୫ ଲକ୍ଷ ଟଙ୍କା ହିସାବରେ ମୋଟ ୧,୭୫୦ କୋଟି ଟଙ୍କା ଲାଞ୍ଚ ନେଇଥିଲେ।

ସେହିବର୍ଷ ଓଡ଼ିଶା(ବିଜେଡି ସରକାର ସମୟରେ) ମଧ୍ୟ ସମାନ ଉପାୟରେ ୫୦୦ ମେଗାଓ୍ବାଟ୍ ବିଦ୍ୟୁତ୍ କିଣିଥିଲା ବୋଲି ଆମେରିକୀୟ ସରକାରୀ ଓକିଲଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି। ଅଭିଯୋଗରୁ ଜଣାପଡ଼ିଛି ଯେ, ଆଦାନୀ ଉକ୍ତ ସୋଲାର ପାଓ୍ବାର ଠିକା ହାସଲ କରିବା ଲାଗି ସେଥିରେ ଥିବା ସର୍ତ୍ତକୁ କୋହଳ କରାଇବା ନିମନ୍ତେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତାମିଲନାଡ଼ୁ ଏବଂ ଜମ୍ମୁ-କଶ୍ମୀର ସରକାରଙ୍କ ଅଧିକାରୀମାନଙ୍କୁ ମୋଟ ୨,୨୦୦ କୋଟି ଟଙ୍କାର ଲାଞ୍ଚ ଦେଇଥିଲେ। ଏହି ଠିକା ଯୋଗୁ ଆଦାନୀ ଗ୍ରୁପ୍କୁ ଆଗାମୀ ୨୦ ବର୍ଷରେ ୨୦୦ କୋଟି ଡଲାରରୁ ଅଧିକ ଲାଭ ହେବା ଅନୁମାନ କରାଯାଉଛି।

Post Views23 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!