ଶ୍ରୀଲିଙ୍ଗରାଜ ମନ୍ଦିରରେ ଯୁବକଙ୍କ ସିଗାରେଟ ଟାଣିବା ଫଟୋ ଭାଇରାଲ

ଶ୍ରୀଲିଙ୍ଗରାଜ ମନ୍ଦିରରେ ଯୁବକଙ୍କ ସିଗାରେଟ ଟାଣିବା ଫଟୋ ଭାଇରାଲ। ସୋସିଆଲ ମିଡିଆରେ ଫଟୋଟି ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଗତ ସୋମବାର ଦିନ ଦେବୀ ପ୍ରସାଦ ଦାସ ନାମକ ଜଣେ ଯୁବକ ନିଜ ଇନଷ୍ଟାଗ୍ରାମ ଆଇଡିରେ ଏକ ସିଗାରେଟ୍ ଟାଣୁଥିବାର ଫଟୋ ପୋଷ୍ଟ କରିଥିଲେ। ଫଟୋରେ ଦେଖିବାକୁ ମିଳିଛି ଯେ ଯୁବକ ଜଣକ ଶ୍ରୀଲିଙ୍ଗରାଜ ମନ୍ଦିରର ରୋଷଘର ନିକଟରେ ଠିଆ ହୋଇ ସିଗାରେଟ ଟାଣୁଛନ୍ତି । ଫଟୋଟି ଦେଖି ମନ୍ଦିରର ସେବାୟତ ମାନେ ଯୁବକ ଜଣକ ଆଖପାଖ ଅଞ୍ଚଳର ବୋଲି ଅନୁମାନ କରିଛନ୍ତି । ସଂପୃକ୍ତ ଯୁବକଙ୍କୁ ଧରିବାକୁ ସେବାୟତମାନେ ନଜର ରଖିଛନ୍ତି।

ସେପଟେ ଘଟଣା ସମ୍ପର୍କରେ ତନାଘନା କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏଡିଏମ।ଯୁବକ ଜଣକ କିଏ, କାହିଁକି ଏଭଳି ଫଟୋ ଉଠାଇଛନ୍ତି ତଦନ୍ତ କରାଯିବ। ପୋଲିସ ସହ ଆଲୋଚନା କରି କଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେନେଇ ଆଲୋଚନା ଚାଲିଛି ବୋଲି କହିଛନ୍ତି ଖୋର୍ଦ୍ଧା ଏଡିଏମ।

Post Views44 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!