ବିଧାନସଭାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଏକତା କପୁର । ସାବରମତି ରିପୋର୍ଟ ଫିଲ୍ମ ପ୍ରଯୋଜିକା ଏକତା ଫିଲ୍ମ ଦେଖିବା ପାଇଁ ମୋହନଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି। ଏହା ସହ ଫିଲ୍ମକୁ ରାଜ୍ୟ ସରକାର କରମୁକ୍ତ କରିଥିବାରୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ସାବରମତି ରିପୋର୍ଟ’ ଏବେ ଚର୍ଚ୍ଚାରେ। ଗୋଦ୍ରା ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଜବରଦସ୍ତ ରେସ୍‌ପନ୍ସ ମିଳୁଛି। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରାଯାଉଛି। ଗୋଟିଏ ପରେ ଗୋଟିଏ ଭାଜପା ଶାସିତ ରାଜ୍ୟ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଉପରେ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି।

ଏହି କ୍ରମରେ ସାମିଲ ହୋଇଛନ୍ତି ରାଜ୍ୟର ମୋହନ ମାଝୀ ସରକାର। ଓଡ଼ିଶାରେ ସାବରମତୀ ରିପୋର୍ଟ ଟ୍ୟାକ୍ସ ଫ୍ରି ହୋଇଥିବା ନେଇ ଗୁରୁବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଂଗ ଗୃହରେ ସୂଚନା ଦେଇଥିଲେ

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!