ବିଗିଡିଲା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା

ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଠାଣେର ଜୁପିଟର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ଯାଞ୍ଚ କରାଇ ନେବାକୁ ଡାକ୍ତରମାନେ ଶିନ୍ଦେଙ୍କୁ ପରାମର୍ଶ ଦେଇଛନ୍ତି। ତାଙ୍କର ଡବ୍ଲୁବିସି (ଧଳା ରକ୍ତ କଣିକା) ହ୍ରାସ ପାଇଛି। ତାଙ୍କର ଡେଙ୍ଗୁ ଏବଂ ମ୍ୟାଲେରିଆ ପରୀକ୍ଷା ନକାରାତ୍ମକ ହୋଇଛି। ଏବେ ତାଙ୍କ ଶରୀର ପରୀକ୍ଷା ପାଇଁ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ନଭେମ୍ବର ୨୩ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ବିରୋଧୀ ଦଳ ଦାବି କରିଛନ୍ତି, ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ଥିତିକୁ ନେଇ ଶିନ୍ଦେ ରାଗରେ ଅଛନ୍ତି ଏବଂ ତାଙ୍କର ଅସୁସ୍ଥତା ଏକ ବାହାନା।

ଏହି ସମୟରେ ମହାରାଷ୍ଟ୍ରରେ ନୂତନ ସରକାରଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ପ୍ରସ୍ତୁତି ସମ୍ପର୍କରେ ମଙ୍ଗଳବାର ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଏକ ବୈଠକ କରିଛନ୍ତି। ମହୁୟୁତିର ନେତାମାନେ ଆଜାଦ ମଇଦାନକୁ ମଧ୍ୟ ଯାଞ୍ଚ କରିଥିଲେ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!