ଝାରଖଣ୍ଡର ଟାଇଗର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ନିଜ ଗଡ଼ ସଢ଼େଇକଳାରୁ ରେକର୍ଡ ସପ୍ତମ ଥର ପାଇଁ ଜିତିଛନ୍ତି। କିନ୍ତୁ ତାଙ୍କ ପୁଅ ବାବୁଲାଲ ସୋରେନ ବିଜେପି ଟିକେଟରୁ ନିର୍ବାଚନ ଲଢ଼ିଥିଲେ ହେଁ ପରାସ୍ତ ହୋଇଛନ୍ତି। ବିଜେପି ତାଙ୍କୁ ପ୍ରଥମଥର ପାଇଁ ଘାଟଶିଳା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ଜେଏମଏମର ରାମଦାସ ସୋରେନଙ୍କ ଠାରୁ ହାରିବାକୁ ପଡ଼ିଛି।
ରାମଦାସ ଏଠାରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ଘାଟଶିଳାରୁ ଜିତିଛନ୍ତି। ଚମ୍ପାଇ ସୋରେନ ଜେଏମଏମ ଛାଡ଼ିବା ପରେ ରାମଦାସଙ୍କୁ ଝାରଖଣ୍ଡ କ୍ୟାବିନେଟରେ ସ୍ଥାନ ମିଳିଥିଲା।୨୦୧୯ରେ ସେ ବିଜେପିର ଲଖନ ଚନ୍ଦ୍ର ମାର୍ଡିଙ୍କୁ ହରାଇଥିଲେ।
ଏଥର ସହ ସେ ବିଜେପିର ବାବୁଲାଲ ସୋରେନଙ୍କୁ ହରାଇଛନ୍ତି। ରାମଦାସଙ୍କୁ ଏଠାରେ ୯୮,୩୫୬ ଖଣ୍ଡ ଭୋଟ ମିଳିଥିବା ବେଳେ ବାବୁଲାଲ ୭୫,୯୧୦ ଖଣ୍ଡ ଭୋଟ ପାଇଛନ୍ତି। ଏଠାରେ ଜେଏମଏମ ପ୍ରାର୍ଥୀ ଦେଇଥିବାରୁ କଂଗ୍ରେସ ଏହାକୁ ସମର୍ଥନ କରିଥିଲା। କାରଣ ଜେଏମଏମ ଓ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ୁଥିଲେ।

