ସମ୍ମିଳନୀକୁ ଉଦଘାଟନ କରିବେ ଗୃହମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଏହି କଫରେନ୍ସରେ ଯୋଗ ଦେବେ ।ପ୍ରଧାନମନ୍ତ୍ରୀ ମୋଦି ୨୯ ତାରିଖ ସକାଳ ସାଢେ ୮ଟାରୁ ସଂଧ୍ୟା ୮ଟା ଏବଂ ୩୦ ତାରିଖ ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢେ ୪ଟା ଯାଏଁ ସମ୍ମିଳନୀରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ତେଣୁ ବେଶ୍ ଗୁରୁତ୍ୱ ରଖୁଛି ପୋଲିସ ମହାନିର୍ଦ୍ଦେଶକଙ୍କ ଏହି ସମ୍ମିଳନୀ ।
ଚଳିତ ବର୍ଷ ଜାନୁଆରୀ ୫ରୁ ୭ତାରିଖ ଯାଏଁ ରାଜସ୍ଥାନର ଜୟପୁରରେ ୫୮ତମ ପୋଲିସ ଡିଜି ଓ ଆଇଜିଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏବେ ଭୁବନେଶ୍ୱରରେ ହେବାକୁ ଥିବା ଏହି ସମ୍ମିଳନୀ ଉପରେ ରହିଛି ସାରା ଦେଶର ନଜର ।

