ଡିଜିପି ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ । ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ। ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି। ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା ହୋଇଛି । ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ ଜି ଛକ, ରାଜଭବନ ଛକ, ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ଯାଏ କଟକଣା ରହିଛି। ଯେଉଁ ଦିନ ଯେଉଁ ସମୟରେ ଭିଭିଆଇପିଙ୍କ ଗସ୍ତ ରହିଛି, ସେଠାରେ କଟକଣା ରହିବ ।

ସେହିଭଳି ମୋ ବସ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେବ । ବିଭିନ୍ନ ରୁଟରେ ମୋ ବସ ଚଳାଚଳ ବାଧାପ୍ରାପ୍ତ ହେବା ନେଇ କ୍ରୁଟ୍ ତରଫରୁ ସୂଚନା ଦିଆଯାଇଛି । ରୁଟ୍ ନମ୍ବର ୯, ୧୦, ୧୧, ୧୨, AE୧, AE୨, ୧୩, ୧୭, ୨୦, ୨୧, ୨୨A, ୨୩, ୨୫, ୨୬, ୨୭, ୨୮, ୩୦, ୩୧, ୩୨, ୩୬, ୩୭, ୩୮, ୩୯, ୪୦, ୪୪, ୪୬,୪୭, ୬୪ ଏବଂ ୬୬ରେ ମୋ ବସ ଚଳାଚଳ ପ୍ରଭାବିତ ହେବ ।

Post Views24 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!