ମମତାଙ୍କ ଖେଳ ଶାସକ ଦଳ ପାଇଁ କାଳ, ତେଜିଲା ରାଜନୀତି

ପୁଣି ପଶ୍ଚିମବଙ୍ଗ ସରକାରଙ୍କ ଆଳୁ ଦୋଷ । ପୁଣି ଆଳୁ ଗେମ୍ ଖେଳିଲେ ମମତା । ଗତକାଲିଠୁ ଆଳୁ ପଠାଇବା ବନ୍ଦ କରିବା ପରେ ଓଡ଼ିଶା ହାଟ ବଜାରରେ ଆଳୁର ଅଭାବ ସ୍ଥିତି । ଏଭଳି ସ୍ଥିତିରେ ଖାଲି ଯେ ଆଳୁ ଟ୍ରକ୍ ଆସିବା କମିଛି ତା’ନୁହେଁ, ଦର୍ ବି ଉପରମୁହାଁ ହୋଇଛି । ଯାହାକୁ ନେଇ ଚିନ୍ତାରେ ଖାଉଟୀ ଓ ବ୍ୟବସାୟୀ । ଏସବୁ ଭିତରେ ଭାଇ-ଭଉଣୀ ସଂପର୍କ ପ୍ରସଙ୍ଗ ଉଠାଇ ପୂର୍ବତନ ସିଏମ୍ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି ଯୋଗାଣ ମନ୍ତ୍ରୀ ।

ସୀମାରେ ଛକିଛି ପଶ୍ଚିମବଙ୍ଗ ପୋଲିସ…ବର୍ଡର ଡେଇଁ ଆଳୁ ଯେପରି ଓଡ଼ିଶାକୁ ନଯାଏ, ସେଥିପାଇଁ ଚଳାଇଛି କଡ଼ା ପାଟ୍ରୋଲିଂ । ଲକ୍ଷ୍ମଣନାଥ ଟୋଲ ଗେଟରୁ ୨୫ କିଲୋମିଟର ଦୂର ବେଲଦାର । ଗତରାତିଠୁ ସେଠାରେ ଛିଡ଼ା ହୋଇଛି ଗଣ୍ଡା ଗଣ୍ଡା ଆଳୁ ଗାଡ଼ି । କାରଣ ମମତା ଦିଦିଙ୍କ କୁଆଡ଼େ କଡ଼ା ନିର୍ଦ୍ଦେଶ ରହିଛି । ଆଉ ଦିଦିଙ୍କ ନିର୍ଦ୍ଦେଶ ପରେ ଆନ୍ତଃରାଜ୍ୟ ସୀମା ଦେଇ ଅନ୍ୟ ରାଜ୍ୟକୁ ଆଳୁ ପଠାଇବା ଉପରେ ଲାଗିଛି କଟକଣା ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!