ଇଞ୍ଜିନିୟରରୁ ସନ୍ୟାସୀ , ମୋଟିଭେସନାସ୍‌ ସ୍ପିଚ୍ ଦେଇ ଲୋକପ୍ରିୟ

ଇଞ୍ଜିନିୟରରୁ ସନ୍ୟାସୀ। ମୋଟିଭେସନାସ୍‌ ସ୍ପିଚ୍ ଦେଇ ଲୋକପ୍ରିୟ। ଦିନେ ଇଞ୍ଜିନିଅର ଆଶିଷ ଅରୋରା ଭାବେ ଜାଣୁଥିବା ଏବେ ଅମୋଘ ଲିଲା ପ୍ରଭୁ ଭାବେ ଲୋକପ୍ରିୟ। ତେବେ ଇଞ୍ଜିନିୟରରୁ ମୋଟିଭେସନାଲ୍‌ ସ୍ପିକର ହେବାର ରାସ୍ତା ସହଜ ନଥିଲା। ଇଶ୍ବରଙ୍କୁ ଖୋଜିବାକୁ ସେ ଛାଡିଥିଲେ ଘର।
ଲକ୍ଷ୍ନୌରେ ଜନ୍ମିତ ଆମୋଘ। ଯୁକ୍ତ ଦୁଇ ପାସ୍ କରିବା ପରେ ହଠାତ୍ ଦିନେ ଘରୁ ଉଭାନ ହୋଇଗଲେ। ବାପା, ମା’ଙ୍କ ପାଇଁ ଖଣ୍ଡେ ହାତଲେଖା ଚିଠି ଛାଡିଦେଇଗଲେ । ଏଥିରେ ଲେଖାଥିଲା, ମତେ କେଉଁଠି ବି ଭଲ ଲାଗୁନି । ତେଣୁ ମୁଁ ଈଶ୍ୱରଙ୍କୁ ଖୋଜିବାକୁ ଘର ଛାଡୁଛି । ଶୀଘ୍ର ଫେରିବେ ବୋଲି ଚିଠିରେ ଲେଖିଥିଲେ। ଅନେକ ସ୍ଥାନ ବୁଲି ୪ ମାସ ପରେ ପୁଣି ଫେରିଆସିଥିଲେ ଅମୋଘ ।
ଏହାପରେ ଦିଲ୍ଲୀ ୟୁନିଭର୍ସିଟିରୁ ବିଟେକ୍ କରିଥିଲେ । ଭଲ ଷ୍ଟୁଡେଣ୍ଟ ଥିଲେ ସେ। ୮୯% ମାର୍କ ରଖି ପାସ୍‌ କରିଥିଲେ । ଏହାପରେ କିଛି ବର୍ଷ ଉଚ୍ଚ ଶିକ୍ଷା ଲାଭ କରିବା ପରେ ଆମେରିକାରେ ତାଙ୍କର ନିଯୁକ୍ତି ଅଫର ଆସିଲା । ସେଠାରେ ପାଖାପାଖି ୯ ବର୍ଷ ଚାକିରୀ କରିବା ପରେ ଚାକିରି ଛାଡିଦେଲେ । ଆଧ୍ୟାତ୍ମିକତା ପ୍ରତି ତାଙ୍କର ଦୁର୍ବଳତା ବଢିଲା। ସେ ଭାରତ ଫେରିଆସିଲେ ଏବଂ ପୁଣିଥରେ ନିଜକୁ ଆଧ୍ୟାତ୍ମିକ ଚେତାନାରେ ସାମିଲ୍‌ କଲେ। ଦ୍ୱାରିକାରେ ଅମୋଘଙ୍କୁ ମିଳିଥିଲେ ଆଧ୍ୟାତ୍ମିକ ଗୁରୁ ଗୋପାଳ କୃଷ୍ଣ ଗୋସ୍ୱାମୀ ମହାରାଜ । ତାଙ୍କ ଆଦର୍ଶରେ ମଧ୍ୟ ସେ ଅନୁପ୍ରାଣିତ ହୋଇଥିଲେ ଏବଂ ଯୁବ ଇଂଜିନିଅର ଆଶିଷ ଅରୋରାରୁ ବନିଯାଇଥିଲେ ସନ୍ନ୍ୟାସୀ ଅମୋଘ ଲିଲା ପ୍ରଭୁ। ବାସ୍ ସେବେଠାରୁ ଆଉ ପଛକୁ ଚାହିଁନାହାଁନ୍ତି ଅମୋଘ ।
ଆମୋଘଙ୍କ ସନ୍ୟାସ ହେବା ନିଷ୍ପତ୍ତିରେ ଖୁସି ନଥିଲା ପରିବାର। ପରିବାର ଲୋକେ ଚାହୁଁଥିଲେ ସେ ବଡ ହୋଇ ଚାକିରି କରନ୍ତୁ। କିନ୍ତୁ ପୁଅର ଆଧ୍ୟାତ୍ମିକ ଜୀବନ ବଞ୍ଚିବାର ଇଚ୍ଛାକୁ ସେ ଧିରେ ଧିରେ ଗ୍ରହଣ କରିଥିଲେ। ଅମୋଘଙ୍କୁ ଏବେ ୪୦ ବର୍ଷ । ହେଲେ ସେ ବେଶ୍ ଫୂର୍ତ୍ତି । ନିରାମିଷ ଖାଦ୍ୟ ସହ ଯୋଗ, ଓ ଈଶ୍ୱର ଚିନ୍ତା ହିଁ ତାଙ୍କ ସତେଜତା ଓ ଫୂର୍ତ୍ତିର ମୂଳ ସ୍ରୋତ ବୋଲି କୁହନ୍ତି ଅମୋଘ ଲିଲା ।

Post Views31 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!