ସ୍ମୃତିରେ ଅଟଳ ବିହାରୀ ବାଜପେୟୀ

ଭାରତୀୟ ରାଜନୀତିରେ ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ଅଟଳ ବିହାରୀ ବାଜପେୟୀ। ଜଣେ ଉଦାରବାଦୀ ନେତା ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି। ୨୦୧୮, ଆଜିର ଦିନରେ ଦୁନିଆରୁ ବିଦାୟ ନେଇଥିଲେ ଏହି ମହାନ ରାଷ୍ଟ୍ରନେତା। ଆଜି ତାଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ସାରେ ଦେଶ ତାଙ୍କୁ ମନେ ପକାଉଛି।

ଅଟଳ ବିହାରୀ ବାଜପେୟୀ ଥିଲେ ପ୍ରଥମ ଅଣକଂଗ୍ରେସ ସରକାରର ପ୍ରଧାନମନ୍ତ୍ରୀ। ଜଣେ ରାଷ୍ଟ୍ରନେତା ଭାବେ ଦେଶକୁ ତାଙ୍କର ଅନେକ ଅବଦାନ ରହିଛି। ରାଷ୍ଟ୍ର ଭାଷା ହିନ୍ଦୀରେ ଭାଷଣ ଦେବାରେ ସେ ଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ପାକିସ୍ତାନ ସହ ସମ୍ପର୍କ ସୁଦୃଢ଼ କରିବା ଲାଗି ବାଜପେୟୀ ଅନେକ ପ୍ରୟାସ କରିଥିଲେ। ନିଜ ଦଳର ଅନେକ ନେତାଙ୍କ ଦ୍ଵାରା ବିରୋଧର ଶିକାର ହେବା ସତ୍ତ୍ଵେ ସେ ପାକିସ୍ତାନକୁ ଯାତ୍ରା କରିଥିଲେ।କେବଳ ଉଦାରବାଦ ହିଁ ନୁହେଁ ପରାକ୍ରମରେ ବି ବାଜପେୟୀଙ୍କ ଜବାବ ନଥିଲା। ଭାରତର ପରମାଣୁ ଶକ୍ତିକୁ ଆଉ ପାଦେ ଆଗକୁ ନେବାରେ ତାଙ୍କ ଅବଦାନ ଥିଲା ଅତୁଳନୀୟ। ୧୯୭୪ରେ ଭାରତର ପ୍ରଥମ ପରମାଣୁ ଶକ୍ତି ପରୀକ୍ଷାର ପ୍ରୟାସକୁ ଅନେକ ଦେଶ ରୋକ ଲଗାଇଥିଲେ। ମାତ୍ର ବାଜପେୟୀ ତାଙ୍କ ଶାସନ କାଳରେ ସଭିଁଙ୍କୁ ଚକ୍‌ମା ଦେଇ ଦେଶର ପ୍ରଥମ ପରମାଣୁ ଶକ୍ତି ପରୀକ୍ଷାକୁ ସଫଳ କରିଥିଲେ। ୧୯୯୮ ମସିହା ମେ’ ୧୩ ତାରିଖରେ ରାଜସ୍ଥାନର ପୋଖରାନଠାରେ ପରମାଣୁ ପରୀକ୍ଷଣ ହୋଇଥିଲା। ଏହି ପରୀକ୍ଷଣ ପରେ ସାରା ବିଶ୍ଵରେ ଭାରତ ଏକ ପରମାଣୁ ଶକ୍ତିଯୁକ୍ତ ରାଷ୍ଟ୍ରରେ ପରିଣତ ହୋଇଥିଲା। ପରମାଣୁ ଭାରତର ସାମରିକ ଶକ୍ତିକୁ ଆହୁରି ବୃଦ୍ଧି କରିଥିଲା।ବାଜପେୟୀ ଜଣେ ରାଜନେତା ସହ ଜଣେ ଭଲ କବି ମଧ୍ୟ ଥିଲେ। ସଂସଦରେ ଅନେକ ଥର ସେ କବିତା ମାଧ୍ୟମରେ ନିଜ ବୟାନ ରଖିଛନ୍ତି। ତେଣୁ ତାଙ୍କୁ ଜଣେ କବି ଭାବରେ ସାରା ଦେଶ ଜାଣେ ।

ତାଙ୍କର ବାର୍ଷିକୀ ଅବସରରେ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦୈବ ଅଟଳରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!