ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ

ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ରେଡ୍ ଜାରି ରହିଛି । ଏହି ଚଢ଼ାଉରେ ୪ ଜଣ DSP, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍‌ । ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ରେଡ୍ ଜାରି ରହିଛି । ଏହି ଚଢ଼ାଉରେ ୪ ଜଣ DSP, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

କଟକ ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ପରେ ଏହି ଚଢ଼ାଉ ଚାଲିଛି । କଟକ କଲ୍ୟାଣୀ ନଗର ସ୍ଥିତ ଘର, ଭୁବନେଶ୍ବର ଲିଙ୍ଗିପୁର ସ୍ଥିତ ୨ ମହଲା କୋଠା, କେନ୍ଦ୍ରାପଡ଼ା ସ୍ଥିତ ତାଙ୍କ ଅଫିସ ଚ୍ୟାମ୍ବର, କଟକ ନୂଆପଡ଼ା ସ୍ଥିତ ପୈତୃକ ଘର, କଟକ କଲ୍ୟାଣୀ ନଗର ସ୍ଥିତ ତାଙ୍କ ସଂପର୍କୀୟଙ୍କ ଘରେ ଏକକାଳୀନ ରେଡ୍ କରିଛି ଭିଜିଲାନ୍ସ ଟିମ୍‌ ।

 

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!